Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘ ପକ୍ଷରୁ ଆଇନ୍‌ଜୀବୀ ବିବେକାନନ୍ଦ ମହାନ୍ତିଙ୍କ ବିୟୋଗରେ ଶୋକସଭା

ଭଦ୍ରକ ଓକିଲ ସଂଘ ପକ୍ଷରୁ ଆଇନ୍‌ଜୀବୀ ବିବେକାନନ୍ଦ ମହାନ୍ତିଙ୍କ ବିୟୋଗରେ ଶୋକସଭା

63

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଓକିଲ ସଂଘର ସମ୍ମିଳନୀ କକ୍ଷରେ ଓକିଲ ସଂଘର ସଦସ୍ୟ ତଥା ବରିଷ୍ଠ ଆଇନ୍‌ଜୀବୀ ବିବେକାନନ୍ଦ ମହାନ୍ତିଙ୍କର କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଗତକାଲି ଅକାଳ ବିୟୋଗ ହୋଇଥିଲା । ଏହି ଅବସରରେ ଭଦ୍ରକ ଓକିଲ ସଂଘ ସମ୍ମିଳନୀ କକ୍ଷରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତଃ ଆତ୍ମର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଶୋକସନ୍ତପ ପରିବାରକୁ ଶକ୍ତି ଓ ସାମର୍ଥ୍ୟ ଯୋଗାଇଦେବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ଆଇନ୍‌ଜୀବୀ ସନ୍ତୋଷ ନାୟକ, ସନ୍ତୋଷ ଆଚାର୍ଯ୍ୟ, ବିଜନ କୁମାର ଜେନା, ଶଶିଭୂଷଣ ପଣ୍ଡା, ରଂଜନ କୁମାର ନାୟକ, ସରୋଜ କୁମାର ଦାସ, ପ୍ରଫୁଲ୍ଲ କୁମାର ସାମଲ, ପ୍ରଫୁଲ୍ଲ କୁମାର ପାଢୀ, କଲ୍ୟାଣ କୁମାର ଦାସ, ସୁରଜିତ୍ ମହାପାତ୍ର, ବିନୟ ସ୍ୱାଇଁ, ଗିରିଧାରୀ ସାହୁ, କଲ୍ୟାଣ କୁମାର ଦାସ, ଗୋଲକ ଦାସ, ଅଶୋକ ଦାସ, ତୁଷାର ଦାସ, ପଙ୍କଜ ପରିଡା, ଶତ୍ରୁଘ୍ନ ପରିଡା, ପ୍ରକାଶ କୁମାର ଖୁଣ୍ଟିଆ, ଅରୁଣ କୁମାର ଚାନ୍ଦ, ବିଷ୍ଣୁମୋହନ ମହାପାତ୍ର, ସେକ୍ ଇସ୍ତାହାର, ଗଣେଶ ଦାସ, ବସନ୍ତ ମହାନ୍ତି, ମାନସ ଦାସ, ପ୍ରଦୀପ ଲେଙ୍କା ଓ ଅନ୍ୟ ବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.