Home ଜିଲ୍ଲା ପରିକ୍ରମା ଭଦ୍ରକରେ ହଜାର ହଜାର ଶ୍ରଦ୍ଧାଳୁ ପାଳିଲେ ଇଦ୍ ପର୍ବ

ଭଦ୍ରକରେ ହଜାର ହଜାର ଶ୍ରଦ୍ଧାଳୁ ପାଳିଲେ ଇଦ୍ ପର୍ବ

22

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଉଦଉଲ ଫିତରରେ କମ୍ପୁଛି ସର୍ବଧର୍ମାବଲମ୍ବୀର ଜିଲା ଭଦ୍ରକ । ଭଦ୍ରକ ସହର କୁଆଁସସ୍ଥିତ ଇଦ୍‌ଘାରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକେ ଏକତ୍ରିତ ହୋଇ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି । ଆଜି ହେଉଛି ପବିତ୍ର ଉଦଉଲ ଫିତର । ତ୍ୟାଗ ଓ ସମର୍ପଣର ପର୍ବ । ‘ଆଲ୍ଲା ହୋ ଆକବର’ ଶବ୍ଦରେ କମ୍ପୁଛି ମଜ୍ଜାର । ଚଉଦ ମହଲା ମୁସଲିମ୍ ଜମାତ ପକ୍ଷରୁ ଆୟୋଜିତ ଏହି ଆଡମ୍ବରପୂର୍ଣ୍ଣ ସମାରୋହରେ ଦଶ ହଜାରରୁ ଉର୍ଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । କୋରାନ ପାଠ ସାଙ୍ଗକୁ ଜମିଛି ସମୂହ ନମାଜ ପାଠର ମାହୋଲ । ଶେଷରେ ସବୁକିଛି ଭୁଲିଯାଇ ପରସ୍ପରକୁ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ୍ ଜଣାଇଛନ୍ତି । ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଉର୍ମିଳା ନାୟକ, ପୌରାଧ୍ୟକ୍ଷା ଗୁଲମକୀ ହବିବ, ଚଉଦମହଲା ମୁସ୍‌ଲିମ ଜମାତ୍‌ର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀ, କଂଗ୍ରେସର ଭଦ୍ରକ ନିର୍ବାଚନୀ ମଣ୍ଡଳୀ ନେତା ନଳିନୀ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ମାନସ ମହାନ୍ତି, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ବିଧାୟକ ନରେନ ପଲେଇ ଓ ମୁକ୍ତିକାନ୍ତ ମଣ୍ଡଳ, ଯୁବ ନେତା ଅସିତ୍ ପଟ୍ଟନାୟକ, ବିଜେଡି ନଗର ସଭାପତି ତାହେର ମହମ୍ମଦ, ଜିଲା ପରିଷଦ ସଦସ୍ୟ ମଳୟ ଜେନା, ସେକ୍ ଜାନୁ, ଜ୍ୟୋତିପ୍ରକାଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ନମାଜ ପାଠ ପରେ ମୁସଲମାନ ଭାଇ ମାନେ ଅତିଥିମାନଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଥିଲେ । ପବିତ୍ର ଇଦ୍ ପରସ୍ପର ମଧ୍ୟରେ ଖୁସି ବାଣ୍ଟିବାର ପର୍ବ ବୋଲି ଶ୍ରଦ୍ଧାଳୁମାନେ ପ୍ରକାଶ କହିଥିଲେ । ସେହିପରି ପୁରୁଣାବଜାର, ଶେଖସାହି, ମୀରସାହି, ଚରମ୍ପା, ନଙ୍ଗାମହଲା ଆଦି ଅଞ୍ଚଳର ମସଜିଦମାନଙ୍କରେ ମଧ୍ୟ ସମୁହ ନମାଜ ପାଠ କରାଯାଇଥିଲା । ମଦିନା ମଇଦାନ ରୋଡ ସ୍ଥିତ ଅହମଦିଆ ମସ୍‌ଜିଦ୍‌ରେ ଉଭୟ ପୁରୁଷ ଓ ମହିଳା ମୁସଲମାନ ନମାଜ ପାଠ କରିଥିଲେ ସେହିପରି ଇଦ୍‌ଘା ବ୍ୟତୀତ ଭଦ୍ରକ ଜିଲାର ତିହିଡି, ଚାନ୍ଦବାଲି, ବାସୁଦେବପୁର, ଧାମନଗର ବ୍ଲକ୍‌ର ବିଭିନ୍ନ ମସ୍‌ଜିଦ୍‌ରେ ମଧ୍ୟ ଇଦ୍ ଉପଲକ୍ଷେ ଧର୍ମସଭା ସହ ସମୂହ ନମାଜ ପାଠର ଆୟୋଜନ କରାଯାଇଛି । ତିହିଡିସ୍ଥିତ ସିନ୍ଦୋଳ ପଂଚାୟତ ଇନ୍ଦିରିଆ ଗ୍ରାମର ପୀରବାବା ମଜ୍ଜାରରେ ମୌଲାନା ସମସ୍ତଙ୍କୁ ଧର୍ମବାଣୀ ଦେଇଥିଲେ । ସେହିପରି ପୀରହାଟ ପୁରୁଣାବଜାରସ୍ଥିତ ହୁସେନ ବାବାଙ୍କ ମଜ୍ଜାରରେ ଏହି ପର୍ବ ଧମୁଧାମରେ ପାଳିତ ହୋଇଯାଇଛି । ମୋଟାମୋଟି ଭାବେ ଭଦ୍ରକରେ ଶାନ୍ତିଶୃଙ୍ଖଳାର ସହିତ ଇଦ୍ ବା ଇଦୁଲ ଫିତର ପାଳିତ ହୋଇଛି । ତେବେ ଇଦ୍ ପାଳନର ପରମ୍ପରା ଭଦ୍ରକରେ ବେଶ୍ ନିଆରା । ତେବେ ପର୍ବକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ଏସିପ ବରୁଣ ଗୁଣ୍ଟୁପାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁଲିସ ମୁତୟନ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଇଦ୍ ପାଇଁ ଆଜି ବଜାର ଶୂନସାନ ଥିଲା । ସକାଳ ସମୟରେ ବହୁ ଦୋକାନ ବନ୍ଦ ରହିଥିଲା । ମୁସଲମାନ ଭାଇମାନେ ଦେକାନ ବନ୍ଦ କରି ବିଭିନ୍ନ ରଙ୍ଗ ବେରଙ୍ଗର ପାଇଜାମା କୁର୍ତ୍ତା ପିନ୍ଧି ଇଦ୍ ପର୍ବକୁ ବହୁ ଆଡମ୍ବରରେ ପାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.