Home ଜିଲ୍ଲା ପରିକ୍ରମା ଭଦ୍ରକରେ ମହାସମାରୋହରେ ପାଳିତ ହେଲା ବିଶ୍ୱକର୍ମା ପୂଜା

ଭଦ୍ରକରେ ମହାସମାରୋହରେ ପାଳିତ ହେଲା ବିଶ୍ୱକର୍ମା ପୂଜା

10

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରେ ବିଶ୍ୱକର୍ମା ପୂଜା ବିଭିନ୍ନ ଅନୁଷ୍ଠାନ, ଗାଡିମୋଟର ସଂଘ ପକ୍ଷରୁ ମହାସମାରୋହରେ ପାଳିତ ହୋଇଛି । ବିଶେଷକରି ଭଦ୍ରକ ବନ୍ତଛକସ୍ଥିତ ବସ୍ ସିଣ୍ଡିକେଟ୍‌, ରାନ୍ଦିଆସ୍ଥିତ ଫେକର, ଭଦ୍ରକ କ୍ଷୁଦ୍ର ଓ ଜଳସେଚନ ବିଭାଗ, ଭଦ୍ରକ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଉପଖଣ୍ଡ, ଭଦ୍ରକ ଟିପିଏନ୍‌ଓଡିଏଲ୍ ତହସିଲ ରୋଡ୍ ସେକ୍ସନ, ଚରମ୍ପା ଆଇଟିଆଇ, ରୟାଲ ଆଇଟିଆଇ, ପ୍ରଫୁଲ୍ଲ ଚନ୍ଦ୍ର ଆଇଟିଆଇ, ଭଦ୍ରକ ବନ୍ତଛକ ନମ୍ବର-୧ ଅଟୋ ଷ୍ଟାଣ୍ଡ, ଭଦ୍ରକ ବନ୍ତ ଛକ ଟ୍ରେକର, ଟାଟା ମେଜିକ୍‌, ମେକ୍ସିମୋ, ସବାରି ମାଲିକ ସଂଘ, ଭଦ୍ରକ ବନ୍ତଛକ ଟାଟା ଏସି. ପିକ୍‌-ଅପ୍ ଷ୍ଟାଣ୍ଡ, ଭଦ୍ରକ ଟ୍ରକ୍ ମାଲିକ ସଂଘ, ଚରମ୍ପା ମିନି ଟ୍ରକ୍ ମାଲିକ ସଂଘ, ଭଦ୍ରକ ତହସିଲ ରୋଡ୍ ନମ୍ବର-୧ ଟ୍ରେକର ମାଲିକ ସଂଘ, ଭଦ୍ରକ ମେଡିକାଲ ଆମ୍ବୁଲାନ୍ସ ସଂଘ, ଭଦ୍ରକ ତହସିଲ ରୋଡ୍ ଟ୍ୟାକ୍ସିଷ୍ଟାଣ୍ଡ, ବାଇପାସ୍ ଟିପିଏନ୍‌ଡିଓଏଲ୍ ପାୱାର ହାଉସ୍‌, ଚାନ୍ଦବାଲି-ବାଇପାସ ଟ୍ୟାକ୍ସି ଚାଳକ ସଂଘ, ଚାନ୍ଦବାଲି-ବାଇପାସ୍ ଟ୍ରେକର ମାଲିକ ସଂଘ, ଚାନ୍ଦବାଲି-ବାଇପାସ୍ ନାୟକ ଇଲେକ୍ଟ୍ରିକାଲ୍ସ, ବାଇପାସ୍‌ସ୍ଥିତ ତାରିଣୀ ଇଲେକ୍ଟ୍ରିକାଲ୍ସ, ସହରାଞ୍ଚଳ ପାନୀୟ ଜଳ ଯୋଗାଣ, ଭଦ୍ରକ ପୌରପାଳିକା, ଉତ୍କଳ ଫ୍ଲୋର ମିଲ୍‌, ପାଣିଗ୍ରାହୀ ମୋର୍ଟସ, ବନ୍ତଛକ ଶ୍ରମିକ ସଂଘ ପ୍ରମୁଖ ମେଢ ପୂଜା ପାଇଛି । ଏଥି ଉପଲକ୍ଷେ ସହରରେ ବିଭିନ୍ନ ମେଢର ତୋରଣ, ଆଲୋକସଜା ସହରବାସୀଙ୍କୁ ଆକୃଷ୍ଟ କରିଛି । ସେହିପରି ଆଦାନୀ ଧାମରା ବନ୍ଦର ପରିସରରେ ବହୁ ଆଡମ୍ବରରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ପାଶ୍ୱର୍ବର୍ତ୍ତୀ ଅଂଚଳର ଶତାଧିକ ଗ୍ରାମବାସୀ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ । ବନ୍ଦର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭଜନ ସମାରୋହରେ ଆୟୋଜନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.