Home ଜିଲ୍ଲା ପରିକ୍ରମା ଭଦ୍ରକରେ ପୂର୍ବତନ ସାଂସଦ, ବିଧାୟକ, ସ୍ୱାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିଙ୍କ ୪୬ତମ ଶ୍ରାଦ୍ଧ ବାର୍ଷିକୀ ୪ରେ

ଭଦ୍ରକରେ ପୂର୍ବତନ ସାଂସଦ, ବିଧାୟକ, ସ୍ୱାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିଙ୍କ ୪୬ତମ ଶ୍ରାଦ୍ଧ ବାର୍ଷିକୀ ୪ରେ

37

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ନେତା, ପ୍ରବୀଣ ରାଜନୀତିଜ୍ଞ, ପ୍ରାକ୍ତନ ବିଧାୟକ, ସାଂସଦ ଗୋକୁଳାନନ୍ଦ ମହାନ୍ତିଙ୍କ ୪୬ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ତାଙ୍କ ଜନ୍ମ ସ୍ଥାନ ଭଦ୍ରକ ସହର କୁଆଁଶ ଗ୍ରାମ ସ୍ଥିତ ସମାଧି ପୀଠ ଠାରେ ଡିସେମ୍ବର ମାସ ୪ ତାରିଖ ଶୁକ୍ରବାର ଦିନ କୋବିଡ଼ କଟକଣା ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଗୋକୁଳାନ୍ଦ ସ୍ମୃତି କମିଟି ସଭାପତି ଅମର ନାୟକ ଜଣାଇଛନ୍ତି । ପୂର୍ବାହ୍ନ ୯ଟାରେ ଗରଦପୁର ସ୍ଥିତ ଗାନ୍ଧି ଓଡ଼ିଶା ବାଳାଶ୍ରମ ଅନ୍ତେବାସୀ ଓ ବିଭିନ୍ନବର୍ଗର ବ୍ୟକ୍ତି ବିଶେଷ, ଜନସାଧାରଣଙ୍କ ପକ୍ଷରୁ ତିଳତର୍ପଣ, ପ୍ରଭାତଫେରୀ, ସର୍ବଧର୍ମ ପ୍ରାର୍ଥନା, ସମାଧି ପୀଠରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସଂଗେ ସଂଗେ ପୂର୍ବାହ୍ନ ୧୦ଟା ସମୟରେ କୁଆଁଶ ଠାରେ ସୀମିତ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.