Home ଜିଲ୍ଲା ପରିକ୍ରମା ଭଦ୍ରକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଭଦ୍ରକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

55

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସମାଜରୁ ଦୁର୍ନୀତି ବିଲୋପ ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଶାସନ କ୍ଷେତ୍ରରେ ସଂସ୍କାର ଅଣାଗଲେ ମଧ୍ୟ ଦୁର୍ନୀତି ନିବାରଣ ପାଇଁ ବ୍ୟାପକ ସଚେତନତା, ମାନବିକତା ଏବଂ ନିଜର କର୍ମପ୍ରତି ସଚ୍ଚୋଟତା ଓ ନୈତିକତା ଆବଶ୍ୟକତା ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର(ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର (ରାଜସ୍ୱ) ପ୍ରମୁଖ ଯୋଗ ଦେଇ ସମାଜରୁ ଦୁର୍ନୀତି ବିଲୋପ ପାଇଁ ବିଭିନ୍ନ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ । ଦୁର୍ନୀତି ଏକ ସାମାଜିକ ବ୍ୟାଧି । ଏହା ଦେଶ ବିକାଶରେ ବାଧକ ବୋଲି କହିବା ସହ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସମାଜର ସମସ୍ତ ଜନସାଧାରଣ ସଚେତନ ହେବାକୁ କହିଥିଲେ । ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ଉତ୍ସବକୁ ପରିଚାଳନା କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ମୁଖ୍ୟମାନେ ସେମାନଙ୍କ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ, କର୍ମଚାରୀଙ୍କୁ ଶପଥ ପାଠ କରାଇଥିବା ବେଳେ ବ୍ଲକ ଓ ତହସିଲ ସ୍ତରରେ ମଧ୍ୟ ଶପଥ ପାଠ ଉତ୍ସବ କାର୍ଯ୍ୟାଳୟ ମୁଖ୍ୟଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.