Home କୋରାପୁଟ ବ୍ଲକ୍ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ଲମତାପୁଟ ବନ୍ଦ

ବ୍ଲକ୍ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ଲମତାପୁଟ ବନ୍ଦ

435

କୋରାପୁଟ ;ତା୨୪-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ କୁମାରୀ ହନ୍ତାଳଙ୍କୁ ବହିଷ୍କାର କରନ୍ତୁ ବୋଲି ଦାବି କରି ଆଦିବାସୀ ସଂଘ ସୋମବାର ୧୨ ଘଂଟିଆ ଲମତାପୁଟ ବ୍ଲକ୍ ବନ୍ଦ ଡାକରା ଦେଇଥିଲା ଫଳରେ ଲମତାପୁଟରେ ଗାଡି ଚଳାଚଳ ବନ୍ଦ ରହିଥିବାବେଳେ ସମସ୍ତୋ ଦୋକାନ ବଜାର ବନ୍ଦ ରହିଛି । ବ୍ଲକ୍ ଅଧ୍ୟକ୍ଷା ରଣା ଜାତିର ଯହାକି ସାଧାରଣ ବର୍ଗ ଅଟେ,ସେ ଚଂଚକତା କରି ନିଜକୁ ଆଦିବାସୀ ବୋଲି ଜାତିଗତ ପ୍ରମାଣପତ୍ର ହାତେଇ ଆଦିବାଦୀ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବା ଲମତାପୁଟ ବ୍ଲକ ଅଧ୍ୟକ୍ଷା ପଦରେ ରହିଛନ୍ତି ବୋଲି ଆଦିବାସୀ ସଂଘ ଅଭିଯୋଗ କରିଛି । ଏ ସମ୍ପର୍କରେ ପୂର୍ବରୁ ମଧ୍ୟ ସଂଘ ଜିଲାପାଳଙ୍କ ଠାରେ ଦାବି କରିଥିଲା,ହେଲେ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଆଦିବାସୀଙ୍କ ପ୍ରତି କୁଠାରଘାତ ବୋଲି ସଂଘ ଅଭିଯୋଗ କରିବା ସହ ଜିଲା ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଜିଲା ସାରା ଆନେ୍ଦାଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.