Home ଜିଲ୍ଲା ପରିକ୍ରମା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ନିଶାମୁକ୍ତ ଭଦ୍ରକ ଅଭିଯାନ

ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ନିଶାମୁକ୍ତ ଭଦ୍ରକ ଅଭିଯାନ

19

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳା ପ୍ରଶାସନ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଭଦ୍ରକର ପ୍ରମୁଖ ଅନୁଷ୍ଠାନ ତଥା ଜନସାଧାରଣଙ୍କ ମିଳିତ ସହଯୋଗରେ ଏକ ବିଶାଳ ଜନ ସଚେତନତା କାର୍ଯ୍ୟକ୍ରମ ତମାଖୁ ବର୍ଜନ ଦିବସରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକର କାନ୍ତକବି ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ସୁନ୍ଦର ଶୋଭାଯାତ୍ରା ଭଦ୍ରକର ମୁଖ୍ୟରାସ୍ତା ପରିଭ୍ରମଣ କରିଥିଲା । କାର୍ଯ୍ୟକ୍ରମର ଶୁଭାରମ୍ଭ ମାନ୍ୟବର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହିତ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେର୍‌କେଟା, ସହକାରୀ ଜିଲ୍ଲାପାଳ କାର୍ତ୍ତିକ ମଣ୍ଡଳ, ସାମ୍ବାଦିକ ଅଶୋକ ନାୟକ, ବରିଷ୍ଠ ଚିକିତ୍ସକ ଓ ସମାଜସେଦବୀ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ଦାଶ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଣ୍ଡିତ ଦୟାନିଧି ଦାଶ, ଗାନ୍ଧି ବିଚାର ମଞ୍ଚର ସଭାପତି ଶାନ୍ତନୁ ରାଉତ, ସର୍ବୋଦୟ ମଣ୍ଡଳ ସଭାପତି ଅମର ପାଣିଗ୍ରାହୀ, ବରିଷ୍ଠ ନାଗରିକ ମହାସଂଘର ଜିଲ୍ଲା ସମ୍ପାଦକ କୈଳାସ ମହାପାତ୍ର, ଭଦ୍ରକ ଓକିଲ ସଂଘ ସଭାପତି ନିରାକାର ଜେନା, ଚରମ୍ପା ସାହିତୃ ସଂସ୍କୃତି ମଞ୍ଚର ସଭାପତି ବାବୁଲାଲ ଦାସ, ତ୍ୟାଗଭୂମିର ସଭାପତି ଅଜୟ ନାୟକ, ଛାଇଲ୍ଡ ଲାଇନ, ଆସିୟାନାର କର୍ମକର୍ତ୍ତା, ବହୁ ଆଶାକର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭଦ୍ରକ ଶାଖା ସଂଚାଳିକା ବ୍ର.କୁ. ମଞ୍ଜୁ ଏବଂ ଅନ୍ୟ ଭାଇ ଭଉଣୀ ଯୋଗ ଦେଇ ନିଶା ଏକ ସାମାଜିକ ବ୍ୟାଧି ରୂପରେ ସାରା ବିଶ୍ୱରେ ବ୍ୟାପୁଥିବା ବେଳେ ନିକଟରେ ମହାମହିମ ରାଷ୍ଟପତି ରାଇରଙ୍ଗପୁର ଠାରେ ନିଶାମୁକ୍ତ ବ୍ରହ୍ମାକୁମାରୀ ଅନୁଷ୍ଠାନ ମାଧ୍ୟମରେ ଓଡ଼ିଶା ଅଭିଯାନର ଶୁଭାରମ୍ଭ କରିଥିଲେ । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଓ ବ୍ରହ୍ମାକୁମାରୀ ଅନୁଷ୍ଠାନ ମଧ୍ୟରେ ୩ ବର୍ଷ ପାଇଁ ନିଶାମୁକ୍ତ ଭାରତ ଗଠନ ପାଇଁ ଚକ୍ତିପତ୍ର ସ୍ୱାକ୍ଷର କରାଯାଇଛି । ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସକାରାତ୍ମକ ଶିକ୍ଷା ଓ ସହଜ ରାଜଯୋଗ ମାଧ୍ୟମରେ ଲକ୍ଷଲକ୍ଷ ଭାରତ ଏବଂ ବିଦେଶର ଜନସାଧାରଣ ନିଶାମୁକ୍ତ ହୋଉଛନ୍ତି । ନିଶାମୁକ୍ତ ହେବା ପାଇଁ ସମସ୍ତଙ୍କର ସହଯୋଗ ଓ ପ୍ରଚେଷ୍ଟା ହେଲେ ଦେଶ ତଥା ରାଜ୍ୟ ସର୍ବୋପରି ଆମ ଭଦ୍ରକ ଜିଲ୍ଲା ନିଶାମୁକ୍ତ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମ ପରେ ଭଦ୍ରକର ପ୍ରାଚୀ ନଗର ଠାରେ ଥିବାର ନିଶାମୁକ୍ତ କେନ୍ଦ୍ରର ଅନ୍ତେବାସୀଙ୍କ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ରୂପେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପାତ୍ର ଏବଂ ବ୍ରହ୍ମାକୁମାରୀ ବିଶ୍ୱ ବିଦ୍ୟାଳୟର ଭାଇଭଉଣୀ ମାନେ ଯୋଗ ଦେଇଥିଲେ । ଏଥିରେ ନିଶାର ଭୟାବହତା ଓ ରାଜଯୋଗ ଦ୍ୱାରା ଏହାର ନିରାକରଣ କିପରି ସମ୍ଭବ ସେ ସମ୍ପର୍କରେ ଅବଗତ କରାଯିବା ସହିତ ଅଭ୍ୟାସ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.