Home ଅପରାଧ ବ୍ରହ୍ମପୁରରୁ ଗୋମାଂସ ଜବତ ନେଇ ଉଦବେଗ

ବ୍ରହ୍ମପୁରରୁ ଗୋମାଂସ ଜବତ ନେଇ ଉଦବେଗ

1591

ବ୍ରହ୍ମପୁର;୨୬,ଅକ୍ଟୋବର:ଆଜି ବ୍ରହ୍ମପୁର ସହରରୁ ଗୋମାଂସ ଜବତ ହୋଇଛି।ସଦ୍ୟ କଟା ଯାଇଥିବା ଏକ ଗୋରୁର ମୁଣ୍ଡ,ଗୋଡ଼ ଏବଂ ଏକ ଅଖାରେ ବନ୍ଧା ହୋଇ ଗୋମାଂସ ଆଦି ବ୍ରହ୍ମପୁର ସ୍ଥିତ ଗୋକର୍ଣ୍ଣେଶ୍ୱର ଶିବ ମନ୍ଦିର ନିକଟରେ ପଡିଥିଲା।ଖବର ପାଇ ବିଶ୍ୱ ହିନ୍ଦୁ ପରିଷଦ ମାର୍ଗ ଦର୍ଶକ ମଣ୍ଡଳୀ ସଦସ୍ୟ ମହନ୍ତ ଚିନ୍ମୟାନନ୍ଦ ଦାସ ସ୍ଥାନୀୟ ଭିଏଚପି କାର୍ଯ୍ୟକର୍ତ୍ତାଙ୍କ ସହ ଘଟଣା ସ୍ଥଳକୁ ଯାଇ ଏହା ଦେଖିବାକୁ ପାଇଥିଲେ।ଏଥିନେଇ ଚିନ୍ମୟାନନ୍ଦ ଉଦବେଗ ପ୍ରକାଶ କରିବା ସହ ବୈଦନାଥପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି।ବ୍ରହ୍ମପୁର ସହରରେ ଗୋହତ୍ୟା କରାଇ ଦିଆଯିବ ନାହିଁ।ଏବଂ ଏଥିନେଇ ଯଦି ପୋଲିସ ପ୍ରଶାସନ ପଦକ୍ଷେପ ନ ନିଏ ତେବେ ଆଗାମୀ ଦିନରେ ହିନ୍ଦୁ ସମାଜ ଏକ ବଡ଼ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚିନ୍ମୟାନନ୍ଦ ଚେତାବନୀ ଦେଇଛନ୍ତି।ସୂଚନାଯୋଗ୍ୟ ଯେ କିଛି ବର୍ଷ ତଳେ ଏହିପରି ଭାବରେ ଏକ ଟ୍ରଲି ରିକ୍ସାରେ ଗୋମାଂସ ଚାଲାଣ ହେଉଥିବା ବେଳେ ଗୋରୁ ମୁଣ୍ଡଟି ଖସିପିଡ଼ି ଧରାପଡ଼ି ଯାଇଥିଲା।।ଏବଂ ଏହାକୁ ନେଇ ସେ ସମୟରେ ବ୍ରହ୍ମପୁରରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.