Home ଓଡ଼ିଶା ବେଦାନ୍ତ ଫାଟକ ସାମନାରେ ସୁରକ୍ଷା କର୍ମୀ ଓ ଆନ୍ଦୋଳନକାରୀ ମୁହାଁମୁହିଁ, ୨ମୃତ: ୫୦ ଆହତ

ବେଦାନ୍ତ ଫାଟକ ସାମନାରେ ସୁରକ୍ଷା କର୍ମୀ ଓ ଆନ୍ଦୋଳନକାରୀ ମୁହାଁମୁହିଁ, ୨ମୃତ: ୫୦ ଆହତ

951

କଳାହାଣ୍ଡି, ୧୮.୦୩.୨୦୧୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଂଜିଗଡସ୍ଥିତ ବେଦାନ୍ତ କମ୍ଫାନୀ ମୁଖ୍ୟ ଫାଟକ ସାମନାରେ ସୋମବାର ୧୭.୦୩.୨୦୧୯ ସକାଳେ ସୁରକ୍ଷା କର୍ମୀ ଓ ଆନ୍ଦୋଳନକାରୀ ମୁହାଁ ମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ଜଣେ ଉଭୟପକ୍ଷରୁ ଜଣେ ଲେଖାଏଁ ମୃତ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଘଟଣାରୁ ପ୍ରକାଶ ଯେ, ବେଦାନ୍ତ ରିଫାଇନାରୀ କମ୍ପାନୀରେ ବିସ୍ଥାପିତ ହୋଇଥିବା ହୋଇଥିବା ୩ଖଣ୍ଡ ଗ୍ରାମର ଲୋକେ ରିହାବିଲେସନ ଯୋଜନାରେ ଡଏଭି ସ୍କୁଲରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ସୋମବାର ସକାଳେ କମ୍ପାନୀର ମୁଖ୍ୟ ଫାଟକ ସାମନାରେ ବସିରହିଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀ ମାନଙ୍କ ମଧ୍ୟରେ ଆଲୋଚନା ହେବା ପରେ କର୍ତ୍ତୃପକ୍ଷ ସେମାନଙ୍କ ଦାବିଗୁଡିକୁ ବିଚାର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ସମୟରେ କୌଣସି କାରଣ ବଶତଃ ଆନ୍ଦୋଳନକାରୀ ମାନଙ୍କ ସହିତ ଓଆଇଏସଏଫ ସୁରକ୍ଷା କର୍ମୀ ଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏହି ସମୟରେ ଅତର୍କୀତ ଭାବେ ସୁରକ୍ଷାକର୍ମୀ ମାନଙ୍କ ଦ୍ୱାରା ଲାଠିଚାର୍ଜ କରାଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଯାଇଥିବା ବେଳେ ଅନ୍ୟୁନ ୫୦ ଜଣ ଆହତ ଓ ଜଣକର ମୃତ୍ୟୁ ହୋଇଥିବା କୁହାଯାଉଛି। ସୁରକ୍ଷାକର୍ମୀଙ୍କର ଏଭଲି ଅତର୍କିତ ଆକ୍ରମଣରେ ଆନ୍ଦୋଳନକାରୀ ମାନଙ୍କ ମଧ୍ୟରୁ ଛତ୍ରପୁର ନିବାସୀ ଦାନୀ ପାତ୍ର ନାମକ ଜନୈକ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବା ପରେ ଲୋକେ ଅତ୍ୟନ୍ତ ଉତ୍ୟକ୍ତ ହୋଇଯାଇଥିବା ପ୍ରକାଶ। ବେଦାନ୍ତ କମ୍ପାନୀର ସୁରକ୍ଷାକର୍ମୀଙ୍କ ଲାଠିଚାର୍ଜରେ ଜଣକର ମୃତ୍ୟୁ ହେବା ଘଟଣାରେ କମ୍ପାନୀ ବିରୁଦ୍ଧରେ ସ୍ଥାନୀୟ ଲୋକେ ଏକତ୍ରୀତ ହୋଇଯାଇଥିବା ବେଳେ ବେଦାନ୍ତ କମ୍ପାନୀ ବିରୁଦ୍ଧରେ ଲୋକଙ୍କ ସ୍ୱର ଦୃଢ ହେବାରେ ଲାଗିଛି ଓ କମ୍ପାନୀ ବିରୁଦ୍ଧରେ ତିକ୍ତତା କ୍ରମଶଃ ବଢିବାରେ ଲାଗି ଏକ ପ୍ରକାର ଚରମସୀମାରେ ପହଂଚିଯାଇଥିବା ଜଣାପଡିଛି। ଗୁରୁତର ଆହତ ହୋଇଥିବା ୩ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା କୁହାଯାଉଛି। ସ୍ଥାନୀୟ ଅଂଚଳରେ ଏକପ୍ରକାର ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାପରେ ପୋଲିସ ପକ୍ଷରୁ ବେଦାନ୍ତ ଅଂଚଳରେ ୧୪୪ ଧାରା ଜାରି କରିଦେଇଥିବା ବେଳେ ସ୍ଥାନିୟ ଲୋକେ ପୋଲିସ ଥାନାକୁ ଘେରାଉ କରି ଲାଠିଚାର୍ଜ କରିଥିବା ସୁରକ୍ଷାକର୍ମୀ ନାମରେ ହତ୍ୟା ମାମଲା ରୁଜ୍ଜୁ କରାଯିବାକୁ ଦାବି କରୁଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ତଥା ଏସ ପି ଏବଂ କେସିଙ୍ଗା ଏସଡିପିଓ ଲାଂଜିଗଡ ପହଂଚି ଘଟଣାକୁ ଆୟତ କରୁଥିବା ଜଣାପଡିଛି। ଗେଟ ପାଖରେ ଥିବା ଅଫିସ ରୁମରେ ନିଆଁ ଲାଗି ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଥିବା ଏସପି ଙ୍କ ସୂତ୍ରରୁ ପ୍ରକାଶ। ଅନ୍ୟ ପକ୍ଷରେ ସରକ୍ଷା କର୍ମୀ ମାନେ ସ୍ଥାନୀୟ ଦୋକାନୀ ମାନଙ୍କ ଉପରେ ମଧ୍ୟ ବେହାଳ ପିଟିଥିବା ଅଭିଯୋଗ ହୋଇଛି। ଏପରିକି ଏହି ଘଟଣାରେ ଶତାଧିକ ଗାଡି ମଟର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ବେଦାନ୍ତ କମ୍ପାନୀ ବିରୁଦ୍ଧରେ ସ୍ଥାନୀୟ ଲୋକଙ୍କ ତିକ୍ତତା ଚରମସୀମାରେ ପହଂଚି ସାରିଥିବା ବେଳେ କମ୍ପାନୀ ପକ୍ଷରୁ ସୁରକ୍ଷାକର୍ମୀଙ୍କ ମାଧ୍ୟମରେ ଦମନ କରିବାର ପ୍ରଚେଷ୍ଟା କରୁଥିବା ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.