Home ଜିଲ୍ଲା ପରିକ୍ରମା ବେଆଇନ ବାଲି ପରିବହନକାରୀ ହାଇୱା ଠାରୁ ଜରିମାନା ଆଦାୟ

ବେଆଇନ ବାଲି ପରିବହନକାରୀ ହାଇୱା ଠାରୁ ଜରିମାନା ଆଦାୟ

65

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲଦାର କ୍ଷୀରେଦ କୁମାର ପଣ୍ଡା ଏକ ବେଆଇନ ବାଲି ପରିବହନକାରୀ ହାଇୱା ଠାରୁ ୨୦ ହଜାର ଟଙ୍କା ଆଦାୟ କରିଥିବା ଜଣାଯାଇଛି । ଓଡି ୦୪ ଏଚ ୦୯୩୭ନଂ ହାଇୱା ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାରେ ବେଆଇନ ଭାବେ ବାଲି ପରିବହନ କରୁଥିବା ବେଳେ କେଭିଡ ଏନଫୋର୍ସମେଣ୍ଟ ଦାଇତ୍ୱରେ ଥିôବା ତହସିଲଦାରଙ୍କ ହାତରେ ଧରାପଡିଥିଲା । ସଂପୃକ୍ତ ଗାଡି ପକ୍ଷରୁ ସରୋଜ କୁମାର ମହାପାତ୍ର କୋଡିଏ ହଜାର ତିନିଶହ ପନ୍ଦର ଟଙ୍କା ଜରିମାନା ପୈଠ କରି ଗାଡି ମୁକୁଳାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.