Home ଓଡ଼ିଶା ବୁଗୁଡ଼ାରେ ଆଇନଜୀବୀଙ୍କୁ ମାଡ଼: ଘଟଣାକୁ ଗଞ୍ଜାମ ଜିଲ୍ଲା ବ୍ୟାପି ଆଇନଜୀବୀ ମାନଙ୍କ ନିନ୍ଦା ଓ କାର୍ଯ୍ୟାନୁଷ୍ଠାନ...

ବୁଗୁଡ଼ାରେ ଆଇନଜୀବୀଙ୍କୁ ମାଡ଼: ଘଟଣାକୁ ଗଞ୍ଜାମ ଜିଲ୍ଲା ବ୍ୟାପି ଆଇନଜୀବୀ ମାନଙ୍କ ନିନ୍ଦା ଓ କାର୍ଯ୍ୟାନୁଷ୍ଠାନ ଦାବି

88

ବ୍ରହ୍ମପୁର : ୧୩/ ୧୧ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଗଞ୍ଜାମ ଜିଲ୍ଲାର ବୁଗୁଡା ଠାରେ ପୋଲିସ ମାଡ଼ରେ ଆଇନଜୀବୀ ଆହତ ହୋଇଥିବା ଅଭିଯୋଗ ଘଟଣା ଆଲୋଡନ ସୃଷ୍ଟି କରିଛି। ଆଜି ମଧ୍ୟାହ୍ନରେ ଏକ ବିବାଦୀୟ ରାସ୍ତା ଓ ଜମି ସମ୍ପର୍କିତ ମାମଲାରେ ଆଇନଜୀବୀ ଶ୍ରୀ ହର ପ୍ରସାଦ ଦାଶ ନିଜ ମହକିଲ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ସହିତ ଥାନାକୁ ଯାଇଥିଲେ। ସେଠାରେ ମାମଲା ବିଷୟ ରେ ଆଲୋଚନା ଓ ଯୁକ୍ତିତର୍କ ବେଳେ ଥାନା ଅଧିକାରୀ ଶ୍ରୀ ବିଶ୍ୱାଳ ଉତକ୍ଷିପ୍ତ ହୋଇ ଆଇନଜୀବୀ ଶ୍ରୀ ଦାଶ ଙ୍କୁ ଚାପୁଡ଼ା, ବିଧା ମାରି ଆହତ କରିଥିବା ଅଭିଯୋଗ ହୋଇଛି। ଆହତ ଶ୍ରୀ ଦାଶ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଏହି ଘଟଣାକୁ ଆଧାର କରି ବୁଗୁଡା ବାର ଆସୋସିଏସନ ର ସଦସ୍ୟ ମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଆଇନଜୀବୀମାନଙ୍କ ବୈଠକ ହୋଇ ପୋଲିସ ବିରୁଦ୍ଧରେ ଏତଲା ଦିଆଯିବା କୁ ନିଷ୍ପତ୍ତି ହୋଇଛି।
ଅପରପକ୍ଷରେ ପୋଲିସ ଏହି ଘଟଣା ନେଇ କିଛି ମନ୍ତବ୍ୟ ଦେବାକୁ ଏଡାଇଛନ୍ତି। ତେବେ ଆଇନଜୀବୀ ଶ୍ରୀ ଦାଶ ଙ୍କ ନାମରେ ବୁଗୁଡା ଥାନାରେ ପୂର୍ବରୁ ୮ ଟି ମକଦ୍ଦମା ରହିଥିବା ସୁଚାଇଛନ୍ତି।

ଆଇନଜୀବୀ ଙ୍କୁ ପୋଲିସ ଥାନା ଅଧିକାରୀ ମାଡ଼ ମାରିବା ଘଟଣାକୁ ଗଞ୍ଜାମ ବାର ଆସୋସିଏସନ ସମେତ ଜିଲ୍ଲାର ବିଭିନ୍ନ ବାର ଆସୋସିଏସନ ଗୁଡିକ ପକ୍ଷରୁ ନିନ୍ଦା କରାଯାଇଛି। ଘଟଣା ସମ୍ପର୍କରେ ପୋଲିସ ଉଚ୍ଚ ଅଧିକାରୀ ଅନୁସନ୍ଧାନ କରୁଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.