Home ନୟାଗଡ଼ ବିଶ୍ୱ ମାନବାଧିକାର ଦିବସ ପାଳିତ

ବିଶ୍ୱ ମାନବାଧିକାର ଦିବସ ପାଳିତ

78

ନୟାଗଡ଼, ୧୨ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୟାଗଡ଼ଙ୍କ ପକ୍ଷରୁ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟ ଠାରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ଦେୱାନୀ ଜଜ ତଥା ମହିଳା କୋର୍ଟର ସହକାରୀ ଦୌରାଜଜ ନ୍ୟାୟମୂର୍ତ୍ତୀ ପ୍ରଜ୍ୟୋତି ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦିବସରେ ଆଇନରେ ଥିବା ବିଭିନ୍ନ ବିଧି ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟର ନ୍ୟାମମୂର୍ତ୍ତୀ ମୂଷାରତ ଜାହିନ, ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରାଜଜ ସଚିବ ସୁନୀତା କୁମାରୀ ଖଣ୍ଡେଲୱାଲ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୌଭାଗ୍ୟ ରଞ୍ଜନ ପ୍ରଧାନ, ନିସ୍ୱାର୍ଥର ସଂପାଦକ ଅରୁଣ କୁମାର ମହାନ୍ତି, ପ୍ରଫୁଲ କୁମାର ବେହେରା, ଦେବାଶିଷ ପଟ୍ଟନାୟକ, ଲିପ ସା ଦାସ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପରୀକ୍ଷା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.