Home କୋରାପୁଟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

395

କୋରାପୁଟ;ତା୧୧-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇ ଯାଇଛି । ଜିଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟାଳୟ ସମିଳନୀ କକ୍ଷରେ ଏଡିଏମଓ(ଜନସ୍ୱାସ୍ଥ୍ୟ)ଡା.ଅରୁଣ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ସଭାପତି ତୁଳସୀ କିର୍ଷାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । କୋରାପୁଟ ଜିଲା ଏକ ଆଦିବାସୀ ବହୁଳ ଅଂଚଳ ହୋଇଥିବାରୁ ଓ ସଚେତନତା ଅଭାବ ଯୋଗୁଁ ଗ୍ରାମାଂଚଳର ଲୋକେ ପରିବାର ନିୟୋଜନ ସମ୍ପର୍କରେ ଅଜ୍ଞ ରହିଛନ୍ତି ତେଣୁ ଗ୍ରାମାଂଚଳର ମହିଳା ମାନଙ୍କ ସହ ଓତପ୍ରୋତ ଭାବେ ଜଡିତ ରହୁଥିବା ମହିଳା ସ୍ୱାସ୍ଥ୍ୟକର୍ମୀ,ଆଶା ଓ ଅଙ୍ଗନୱାଡି କର୍ମୀ ସେମାନଙ୍କୁ ଜନ୍ମ ନିୟନ୍ତ୍ରଣ ଓ ପରିବାର ନିୟୋଜନ ସମ୍ବନ୍ଧରେ ଠିକ ଭାବେ ବୁଝାଇ ପାରିବେ ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ । ଜିଲା ମ୍ୟାଲେରିଆ ଅଧିକାରୀ ଡା.ସୁଶାନ୍ତ କୁମାର ଦାଶ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଜନ ସଂଖ୍ୟା ନିୟନ୍ତ୍ରଣର ଗୁରୂତ୍ୱ ଉପରେ ଆଲୋକପାତ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭ୍ରକାନ୍ତ ଗନ୍ତାୟତ ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ମାଧବ ପାଙ୍ଗି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ମହିଳା ସ୍ୱାସ୍ଥ୍ୟକର୍ମୀ,ଆଶା ଓ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.