Home ଓଡ଼ିଶା ବିଶ୍ୱ ଏଡ୍ସ ଦିବସ ରେ ଔଷଧ ନ ପାଇ ଯୁବକ ର ଶୋଚନୀୟ ମୃତ୍ଯୁ,ଓଡିଶା ରେ...

ବିଶ୍ୱ ଏଡ୍ସ ଦିବସ ରେ ଔଷଧ ନ ପାଇ ଯୁବକ ର ଶୋଚନୀୟ ମୃତ୍ଯୁ,ଓଡିଶା ରେ ଅଛନ୍ତି ୪୨ ହଜାର ଅକ୍ରାନ୍ତ, ମିଳୁନି ସରକାରୀ ସହାୟତା।

266

ବଲାଙ୍ଗୀର ୧-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦାଦନ ପ୍ରବଣ ଏହି ବଲାଙ୍ଗୀର ଜିଲ୍ଲାରେ ସଚେତନତା ଅଭିଯାନ ଏକ ପ୍ରକାର ଠପ ହୋଇ ଯାଇଥିବା ନେଇ ଉଦ୍ବେବେଗ ପ୍ରକାଶ କରିଛନ୍ତି ଜାତୀୟ ଏଡ୍ସ ନିୟନ୍ତ୍ରଣ ସମିତି ର ପି ଏମ ରାଜେନ୍ଦ୍ର ପ୍ରସାଦ । ଇତି ମଧ୍ୟରେ ବଲାଙ୍ଗୀର ଗତ ୨୩ ତାରିଖରେ ଆସି ଉଦବେଗ ପ୍ରକାଶ କରିଛନ୍ତି।

ବଲାଙ୍ଗୀର ଜିଲ୍ଲା ବଂଗୋମୁଂଡା ବ୍ଲକ ଅନ୍ତର୍ଗତ ଗଁରଇ ଗ୍ରାମ ର କ୍ଷୀର ମାଝି (ଛଦ୍ମନାମ)ନାମକ ଜଣେ ତେଇଶ ବର୍ଷୀୟ ଯୁବକ ଏଡ୍ସ ଆକ୍ରାନ୍ତ ଥାଇ ପ୍ରାୟ ବଲାଙ୍ଗୀର ଏ ଆର ଟି କେନ୍ଦ୍ର କୁ ତିନି ଥର ଗୁରୁତର ଅବସ୍ଥାରେ ପରିବାର ସହ ଯାଇ ଔଷଧ ନ ପାଇଁ ଆଜି ଶୋଚନୀୟ ମୃତୁ ର ଶିକାର ହୋଇଛନ୍ତି। ପ୍ରକାଶ ଯେ ସେ ଅହମଦାବାଦ ରେ କାମ କରିବାକୁ ଯାଇ ଦେହ ଅସୁସ୍ଥ ହେବା ଯୋଗୁଁ ଗତ ଦୁଇ ମାସ ହେଲା ଫେରି ଆସିଥିଲେ ଓ ସେ ଏଡ୍ସ ଆକ୍ରାନ୍ତ ଜାଣି ପାରି ବଲାଙ୍ଗୀର ପ୍ରାୟ ତିନି ଥର ଯାଇଥିଲେ ହେଁ ଏ ଆର ଟି କେନ୍ଦ୍ର ସମୟ ହୋଇ ଗଲାଣି ବନ୍ଦ ହେବ ଆଉ ଦିନେ ଆସ ,ସରକାରୀ ଛୁଟି ଆଦି ଆଳ କରି ତିନି ଥର ଫେରାଇ ଦେଇଥିବା ବେଳେ ୮ ସହ ଟଙ୍କା ନେଇ ଗତ ମଙ୍ଗଳବାର ଦିନ ଜଣେ କର୍ମଚାରୀ ତିରିଶ ଟି ଟାବଲେଟ ଦେଇଥିଲେ। ଏକ ଭଡା ଗାଡି ରେ ନିଜ ଗାଁ କୁ ଫେରି ଔଷଧ ଆରମ୍ଭ କରିଥିବା ବେଳେ ତିରିଶ ତାରିଖ ସନ୍ଧ୍ୟା ୬ ଟା ରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଗତ ଏକ ମାସ ନ ପୂରୁଣୁ ଟିଟିଲାଗର ର ପୁନି ର ମୃତୁ ଘଟିଥିବା ବେଳେ ଓ ବିଶ୍ୱ ଏଡ୍ସ ଦିବସ ର ପୂର୍ବ ଦିନ ଆଉ ଏକ ମୃତୁ ହେବା ସରକାରୀ ଅନୁଦାନ ପ୍ରାପ୍ତ ଅନୁଷ୍ଠାନ କିଭଳି କାଗଜ କଲମ ରେ କାମ କରୁଛନ୍ତି ସ୍ପଷ୍ଟ ଅନୁମେୟ। ତୁରନ୍ତ ବିଭାଗୀୟ ସଚିବ ଦୃଷ୍ଟି ଦେବା ସହ ତଦନ୍ତ କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.