Home ଜିଲ୍ଲା ପରିକ୍ରମା ବିଶିଷ୍ଠ ସମାଜସେବୀ ଆଦିବାସୀ ନେତାଙ୍କ ସ୍ମୃତିସଭା ଓ ସମାଧିପୀଠ ଉଦଘାଟିତ

ବିଶିଷ୍ଠ ସମାଜସେବୀ ଆଦିବାସୀ ନେତାଙ୍କ ସ୍ମୃତିସଭା ଓ ସମାଧିପୀଠ ଉଦଘାଟିତ

223

ମାଲକାନଗିରି,୧୪ା୨ (ଓଡିଆ ପୁଅ ) ଛତିଶଗଡ ସୀମାନ୍ତ ମାଲକାନଗିରି ଜିଲ୍ଲାସ୍ଥ ସାନବୁରୁଦି ଗ୍ରାମ ମୁଖିଆ ତଥା ବିଶିଷ୍ଷ ସମାଜସେବି ଆଦିବାସୀ ନେତା ସୋମା ମାଡକାମିଙ୍କ ସ୍ମୃତି ସଭା ଓ ସମାଧିପୀଠ ଉଦଘାଟିତ ହୋଇ ଯାଇଛି । ମାଲକାନଗିରି ବ୍ଲକସ୍ଥ ତଣ୍ଡିକି ପଚାଂୟତର ବୁରୁଦି ଗ୍ରାମ ସେହି ଗ୍ରାମଟି ଛତିଶଗଡ ସୀମାନ୍ତକୁ ଲାଗିରହିଛିା ଛତିଶଗଡ ସରକାର ବଡବୁଡୁଦି ଗ୍ରାମରେ ଆଶ୍ରମବିଦ୍ୟାଳୟ, ହାଇସ୍କୁଲପ୍ରତିଷ୍ଟା କରିଥିବାବେଳେ ଓଡିଶାର ସାନବୁରୁଦିରେ ଶିକ୍ଷାନିମନ୍ତେ କୌଣସି ବିଦ୍ୟାଳୟ ଟିଏ ନଥିଲା । ଗତ ୧୯୭୨ ମସିହାରେ ସେହି ଗ୍ରାମର ମୁଖିଆ ଆଦିବାସୀନେତା ନିଜ ଘରଡିହ ଜମି ଛାଡିଥିଲେ ବିଦ୍ୟାଳୟ ପାଇଁ , ତାଙ୍କ ଘରନିକଟରେ ବୁରୁଦି ପ୍ରଥାମିକବିଦ୍ୟାଳୟ ଟିଏ ପ୍ରତିଷ୍ଟା ହେଲା, ତାଙ୍କ ଗାଁ ଓ ଆଖ ପାଖ ଗାଁର ଆଦିବାସୀ ପିଲାମାନେ ସେହି ବିଦ୍ୟାଳୟରେ ଅଧ୍ୟୟନକଲେ । ଗତ ୨୦୧୨ମସିହାରେ ସେହି ବିଦ୍ୟାଳୟଟି ହାଇସ୍କୁଲରେ ପରିଣତ ହେଲା । ଗାଁରେ ରାସ୍ତା ଘାଟ ଠାରୁ ଆରମ୍ଭ କରି ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଅନ୍ୟାନ ଉନ୍ନୟନ କାର୍ଯ୍ୟପ୍ରତି ସରକାରଙ୍କ ନିକଟରେ ଦାବି ଜଣାଇ ଗ୍ରାମବାସୀ ମାନଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗିତ କରିଦେଇଥିବା ସୋମା ମାଡକାମି ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ପିଡିତ ହୋଇ ଅର୍ଥଅବାବରୁ ଚିକିତ୍ସିତ ହୋଇ ନପାରି ଶେଷରେ ଗତ ମାସ୩୦ତାରିଖରେ ଆଖି ବୁଜିଦେଲେ । ତାଙ୍କ ବିୟୋଗରେ ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଓ ଆଦିବାସୀ ଗ୍ରାମବାସୀ  ସହିତ ଛତିଶଗଡର ଆଦିବାସୀ ମାନେ ଦୁଃଖପ୍ରକାଶକରି ତାଙ୍କ ଶବଧାରାରେ ଶହଶହ ସଂଖ୍ୟାରେ ଲୋକ ରୁଣ୍ଡହୋଇ ଅନ୍ତେଷ୍ଟିକ୍ରୀୟା କରିଥିଲେ । ସେଜଣେ ଗରିବ ଆଦିବାସୀ ହୋଇଥିଲେବି ଗ୍ରାମବାସୀମାନଙ୍କ ପାଇଁ ଅନେକ ହିତକର କାମ କରିଥିବାରୁ ଗ୍ରାମବାସୀ ଓ ଆଦିବାସୀ ସଂଘ ପକ୍ଷରୁ ସୋମାଙ୍କ ଏକ ବିରାଟକାୟ ସମାଧି ପୀଠ ତାଙ୍କ ଗ୍ରାମରେ ନିର୍ମାଣ କରାଯାଇ ଆଡମ୍ବର ସହକାରେ ଏହାକୁ ତାଙ୍କ ୧୨ଦିନ ଶୁଦ୍ଧିକର୍ମରେ ଉଦଘାଟନ କରାଯାଇଛି । ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘର ତଣ୍ଡିକି ପଚାଂୟତର ଆଦିବାସୀ ନେତା ଶୁକ୍ରାମାଢିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଦଘାଟନି ସଭାରେ ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଆଦିବାସୀ ଗବେଷକ ରତ୍ନାକରଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ସୋମା ମାଡକାମିଙ୍କ ସମାଧିପୀଠକୁ ଉଦଘାଟନ କରିଥିଲେ । ସୋମା ଜଣେ ଅତ୍ୟନ୍ତ ଶରଳ ନିସ୍କପଟ ସମାଜସେବୀ ପରଉପକାରି ମଣିଷଟିଏ ଥିଲେ ,ଛତିଶଗଡ ସୀମାନ୍ତବର୍ତି ଦୁର୍ଗମ ଅପହଁଚ ଅଚଂଳରେ ଥିବା ଗ୍ରାମବାସୀମାନଙ୍କ ସୁଖଦୁଃଖରେ ସାଥି ହୋଇ ସେମାନଙ୍କ ଉନ୍ନତି ଚିନ୍ତାକରୁଥିଲେ । ଆଦିବାସୀ ଗ୍ରାମଗୁଡିକରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ପାନୀୟଜଳ ସହ ବୁଢାବୁଢିଙ୍କ କଥା ବୁଝୁଥିଲେ । ସେ ଗାଁର ଅନେକ ଗରିବ ଲୋକଙ୍କ ପାଇଁ ବାର୍ଦକ୍ୟଭତା,ଇନ୍ଦିରା ଆବାସ ଯୋଗାଇ ଦେବାପାଇଁ ସରକାରି ବାବୁଙ୍କ ନିକଟରେ ଦାବିଉପସ୍ଥାପନ କରିଆସୁଥିଲେ । ହେଲେ ସେ ନିଜେ ବାର୍ଧକ୍ୟ ଭତା କି ଇନ୍ଦିରା ଆବାସଟିଏ ନ ପାଇ କୁଡିଆ ଘରେ ରହି ଶେଷରେ ଦେହତ୍ୟାଗ କଲେ, ତାଙ୍କ ପରି ଜଣେ ନିଆରା ଗରିବ ପରଉପକାରି ଆଦିବାସୀ ମଣିଷଟିଏ କୁ ହରାଇ ସମଗ୍ର ତଣ୍ଡିକି ଓ ବୁରୁଦି ଅଚଂଳବାସୀ ମର୍ମାହତ ହୋଇପଡିଛନ୍ତି, ଖୁବ ଶିଘ୍ରଏହି ବିପ୍ଳବୀ ଆଦିବାସୀ ନେତା ସୋମାଙ୍କ ଏକ ପ୍ରତିମୂର୍ତି ନିର୍ମାଣ କରାଯିବ ବୋଲି ମୁଖ୍ୟଅତିଥି ଶ୍ରୀ ଦାଶ କହିଥିଲେ । ଏହି ଅବସରରେ ତାଙ୍କ ସମାଧି ପୀଠରେ ମାଲ୍ୟର୍ପଣ ସହ ସ୍ମୃତିଚାରଣ କରାଯାଇ ତାଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଦୁଇ ମିନଟ ନିରବ ପ୍ରାର୍ଥନା କରିଥିଲେ । ଏହି ଉଦଘାଟନି ସଭାରେ ସ୍ୱର୍ଗତ ସୋମା ମାଡକାମିଙ୍କର ବିଧବା ପତ୍ନୀ ସେରଙ୍ଗୀ ମାଡକାମି,ପୁଅ ଧନସାଇ ମାଡକାମି,ରାମୁ ମାଡକାମି,ଝିଅ ଧନମତି ମାଡକାମି ଙ୍କ ସହିତ ଗାଁର  ଆଦିବାସୀ ଯୁବନେତା ଇନ୍ଦ୍ରଦୁରୁଆ,ସୀତାରାମ ଦୁରୁଆ, ଟୁକୁଡୁଦୁରୁଆ, ବୁଟୁଦୁରଆ,ଚିତୁରୁ ମାଡକାମି,ମନ ମାଡକାମି, ଛତିଶଗଡର ଆଦିବାସୀ ନେତା ସମନ ମାଡକାମି,ବୁଦ୍ରାମାଡକାମି,ସମ୍ବାରୁ ଦୁରଆ, ତୁଳାରାମଦୁରଆ, ବୁରୁଦି ବିଦ୍ୟାଳୟର ଶିକ୍ଷକ ତରୁଣଦେଓ,ପବିତ୍ର ଦେହୁରୀ,ରଶ୍ମିରେଖା ତ୍ରୀପାଠୀ,ଜୁବୁଲି ମହାପାତ୍ର,ଅଙ୍ଗନ ଓ୍ୟାର୍ଡି କର୍ମୀ ରାଜଲକ୍ଷ୍ମୀ ରାଉତ ଯୋଗଦେଇ ସ୍ୱର୍ଗତ ଆଦିବାସୀ ନେତା ସୋମା ମାଡକାମିଙ୍କ ବହୁମୁଖି ପ୍ରତିଭା ସଂପର୍କରେ କୋହଭରା କଠଂରେ ଭଖାଣିବା ସହିତ ତାଙ୍କସ୍ମୃତିଚାରଣ କରିଥିଲେ । ଏହି ସ୍ମୃତି ସଭାରେ ମାଲକାନଗିରି ଜିଲ୍ଲାସହିତ ଛତିଶଗଡ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ମହିଳା ଓ ପୁରଷ ମାନେ ଯୋଗଦେଇ ସୋମା ମାଡ଼କାମି ଙ୍କ ସମାଧି ପୀଠରେ ଶ୍ରଦ୍ଧାଜଂଳୀ ଜ୍ଞାପନ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.