Home ଜିଲ୍ଲା ପରିକ୍ରମା ବିଭିନ୍ନ ସମସ୍ୟା ନେଇ ତମସା ଛାତ୍ରବାସର ପ୍ରଧାନମନ୍ତ୍ରୀ ସହ ଅନ୍ୟାନ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ

ବିଭିନ୍ନ ସମସ୍ୟା ନେଇ ତମସା ଛାତ୍ରବାସର ପ୍ରଧାନମନ୍ତ୍ରୀ ସହ ଅନ୍ୟାନ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ

285

ମାଲକାନଗିରି, ୨୩ା୩ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ଥିବା ତମସା ଛାତ୍ରବାସର ବିଭିନ୍ନ ସମସ୍ୟା କୁ ନେଇ ଛାତ୍ରବାସର ପ୍ରଧାନମନ୍ତ୍ରୀ ଓ ଅନ୍ୟାନ ମନ୍ତ୍ରୀମାନେ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇ ତୁରନ୍ତ ସମସ୍ୟା ଦୁର କରିବା ପାଇଁ ଅନୁରୋଧକରିଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମାଚଂଳରେ ଥିବା ଗରିବ ଅନାଥ ପିଲାମାନଙ୍କୁ ପାଠପଢାଇ ଶିକ୍ଷିତ କରିବା ଉଦେଶ୍ୟରେ ଜିଲ୍ଲାସଦର ମହକୁମା ଠାରେ ନବପ୍ରଭାତ ନାମରେ ମାଲ୍ୟବନ୍ତ, ତମସା, ଗୁରୁପ୍ରୀୟା, ସପ୍ତଧାରା, ଶହିଦ ଲକ୍ଷ୍ମଣନାୟକ ଛାତ୍ର ଓ ଛାତ୍ରୀ ନୀବାସ ଖୋଲା ଯାଇ ୬୦୦ଛାତ୍ର ଛାତ୍ରୀ ମାନଙ୍କୁ ସେଠାରେ ରଖାଯାଇ ଜିଲ୍ଲାପ୍ରଶାସନ ପକ୍ଷରୁ ମାଗଣାରେ ଶିକ୍ଷାବ୍ୟବସ୍ଥା କରାଯାଇଛି। ଏହି ସବୁ ଛାତ୍ରବାସ ପରିଚାଳନା ପାଇଁ ଆଦିବାସୀ ହରିଜନ ମଙ୍ଗଳବିଭାଗର କେତକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଘରଦ୍ୱାରା ଛାଡି ଆସିଥିବା ଆଦିବାସୀ ପିଲାମାନଙ୍କୁ ଏହି ଛାତ୍ରବାସ ପରିଚାଳନା କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଠିକ ଭାବେ ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ସହ ଅନ୍ୟାନ ବ୍ୟବସ୍ଥା ପ୍ରତି ଗରୁତ୍ୱ ଦେଇନଥାନ୍ତି। ଏମିତି ଏକ ଅଭିଯୋଗ ଆଜି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାପାଳଙ୍କ ନିକଟରେ ହୋଇଥିବାର ଜଣାପଡିଛି। ଜିଲ୍ଲାସଦର ମହକୁମାସ୍ଥ ତମସା ଛାତ୍ରବାସ ପରିଚାଳନା ଦାଇତ୍ୱରେ ଥିବା ଶିକ୍ଷକ ଓ ରୋଷେୟା ଙ୍କ ମନମୁଖି କାରବାର ଛାତ୍ରମାନଙ୍କୁ ଠିକ ଭାବେ ଖାଇବା କୁ ନଦେବା, ତେଲ ସାବୁନ ନଦେବା, ଦେହ ଖରାପ ହେଲେ ଡାକ୍ତରଖାନାକୁ ନ ନେବା, କ୍ରୀଡା ସାମଗ୍ରୀ ଯୋଗାଇ ନ ଦେବା, ସପ୍ତମ, ଅଷ୍ଟମ, ନମବମ ଛାତ୍ରମାନଙ୍କୁ ଛାତ୍ରବାସରେ ନ ରଖିବା, କ୍ରୀଡା ସାମଗ୍ରୀ ଯୋଗାଇ ନ ଦେବା ଇତ୍ୟାଦି ଦାବିନେଇ ଆଜି ସନ୍ଧ୍ୟାରେ ଉକ୍ତ ଛାତ୍ରବାସର ପ୍ରଧାନମନ୍ତ୍ରୀ ଭିମନାୟକ, ଉପ ପ୍ରଧାନମନ୍ତ୍ରୀ ଏମ.ଖରା, ଖାଦ୍ୟମନ୍ତ୍ରୀ ସୋମନାଥ ମାଢି, ସ୍ୱାସ୍ଥ୍ୟମନ୍ତ୍ରୀ ବିକ୍ରମ ଖିଲ, କ୍ରୀଡା ମନ୍ତ୍ରୀ ସୁଶାନ୍ତ ମାନ୍ଦ୍ରା ଙ୍କ ସହିତ ସମସ୍ତ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ଛାତ୍ର ମାନେ ମାଲକାନଗିରି ଜିଲ୍ଲାପାଳ ଙ୍କୁ ଛାତ୍ରବାସର ସମସ୍ୟା ସଂପର୍କରେ ଦୁଇପୃଷ୍ଟାର ଅଭିଯୋଗ ପତ୍ରଦେଇ ତୁରନ୍ତ ଛାତ୍ରବାସ ଦାଇତ୍ୱରେ ଥିବା ଶିକ୍ଷକ ଓ ରୋଷେୟାଙ୍କୁ ଅନ୍ୟତ୍ର ବଦଳି କରି ଭଲ ଶିକ୍ଷକ ଓ ନୂଆ ରୋଷେୟାଙ୍କୁ ନିଯୁକ୍ତି ଦେବାପାଇଁ ଦାବିଜଣାଇଛନ୍ତି। ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦୀପ୍ତକୁମାର ପଣ୍ଡା ଛାତ୍ରମାନଙ୍କୁ ବୁଝାଇ ତମସା ଛାତ୍ରବାସକୁ ଫେରାଇନେଇ ଥିଲେ। ଉକ୍ତ ଛାତ୍ରବାସ ଦାଇତ୍ୱରେ ଥିବା ଶିକ୍ଷକ ଓ ରୋଷେୟାଙ୍କୁ ଯେପରି ଛାତ୍ରମାନଙ୍କର ଖାଇବା, ରହିବା, ସ୍ୱାସ୍ଥ୍ୟ, ଶିକ୍ଷା ସହ ଅନ୍ୟାନ ଅସୁବିଧା ନ ହେବ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ତାଗିଦ କରିବାସହ ସେଠାରେ ଯାଇ ଛାତ୍ରମାନଙ୍କ ଅଭିଯୋଗ ସଂପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.