Home କେନ୍ଦୁଝର ବିବାହ ପ୍ରସ୍ତାବରେ ରାଜି ନହେବାରୁ ଯୁବକଙ୍କ ଆତ୍ମହତ୍ୟା

ବିବାହ ପ୍ରସ୍ତାବରେ ରାଜି ନହେବାରୁ ଯୁବକଙ୍କ ଆତ୍ମହତ୍ୟା

117

ଘଟଗାଁ,୧୮/୦୩(ଓଡିଆପୁଅ/ଭବାନୀପ୍ରସାଦ)- ବିବାହ ପ୍ରସ୍ତାବରେ ରାଜି ନହେବାରୁ ଯୁବକଙ୍କ ଆତôହତ୍ୟା ଏଭଳି ଅଭାବନୀୟ ଘଟଣା ଘଟିଛି ଘଟଗାଁ ଥାନା ଅନ୍ତର୍ଗତ ମଣତା ଗ୍ରାମରେ । ମୃତ ଯୁବକ ଜଣକ ହେଲେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ରେବଣାପଳାଶପାଳ ପଂଚାୟତ ଅନ୍ତର୍ଗତ ନର୍ଦାଙ୍ଗିପେଣ୍ଠ ଗ୍ରାମର ଦିନେଶ ମହାରଣା । ଦିନେଶ ଗତ ୬ମାସ ହେବ ମଣତା ଗ୍ରାମର ମହେଶ୍ୱର ପେଣ୍ଠେଇଙ୍କ ଝିଅ ମମତାକୁ ଭଲ ପାଇ ଆସୁଥିଲେ । ତେବେ ବାହାଘର ପ୍ରସ୍ତାବ ନେଇ ଶନିବାର ଅପରାହ୍ନରେ ଦିନେଶ ମମତାଙ୍କ ଘରକୁ ଆସିଥିଲେ । ମାତ୍ର ପ୍ରେମିକାର ପରିବାର ଲୋକେ ବିବାହ ପ୍ରସ୍ତାବରେ ରାଜି ହୋଇ ନଥିଲେ । ଏହାପରେ ଦିନେଶ ଆତôହତ୍ୟା କରିବା ଉଦେଶ୍ୟରେ କିଟନାଷକ ପିଇ ଦେଇଥିଲେ । ଗୁରତର ଅବସ୍ଥାରେ ତାଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ବିଳମ୍ବିତ ରାତିରେ ଚିକିସôାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତରଖାନା କତୃପକ୍ଷଙ୍କ ଠାରୁ ପୋଲିସ ସୁଚନା ପାଇ ତଦନ୍ତ ଆରମ୍ଭ କରିଛି । ତେବେ ଦିନେଶଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା କି ହତ୍ୟା ତଦନ୍ତର ପରବର୍ତି ଶୋପାନରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.