Home ଓଡ଼ିଶା ବିଧବା ବୋହୂକୁ ସଧବା କଲେ ଶାଶୁ,ଶଶୁର!

ବିଧବା ବୋହୂକୁ ସଧବା କଲେ ଶାଶୁ,ଶଶୁର!

496

ଭୁବନେଶ୍ୱର/ପାଟଣା;୯,ପ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଶାଶୁ ବୋହୂ ମଧ୍ୟରେ କଳି ବିବାଦ ତଥା ଶଶୁର ଘରେ ବଧୁ ନିର୍ଯାତନା,ବଧୁ ହତ୍ୟା ଆଦି ଘଟଣା ଆମେ ପ୍ରାୟ ଶୁଣିବାକୁ ପାଇଥାଉ।ବୋହୂ ବି ଅନେକ ଜାଗାରେ ଶାଶୁ,ଶଶୁରଙ୍କ ପ୍ରତି ଅବହେଳା କରୁଥିବା କଥା ଶୁଣିବାକୁ ମିଳେ।କିନ୍ତୁ,ଶାଶୁ-ଶଶୁର,ବିଧବା ବୋହୂକୁ ସଧବା କରିବାର ଘଟଣା ନିଶ୍ଚିତ ବିରଳ। ଘଟଣାଟି ସତେ ଯେପରି ଏକ  ଚଳଚିତ୍ର ପରି।

ଏପରି ଏକ ଘଟଣା ଘଟିଛି ବିହାରର ସାରଣ ଜିଲ୍ଲା ଅଞ୍ଚଳରେ।ଧର୍ମନାଥଙ୍କର ପୁଅ ଏକ ଦୁର୍ଘଟଣାର ଶିକାର ହୋଇ ଦୁଇ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ।ଏହାପରେ ତାଙ୍କ ସ୍ତ୍ରୀ ବିଧବା ହୋଇ ଶଶୁର ଘରେ ରହୁଥିଲେ।କିନ୍ତୁ ପୁଅ ତ’ ଗଲା ଗଲା, ବୋହୂକୁ ବିଧବା ବେଶରେ ଶାଶୁ, ଶଶୁର ଦେଖି ପାରୁନଥିଲେ।ଏବଂ ପୁନଃ ବିବାହ ପାଇଁ ବୋହୂକୁ ଯେତେ ପ୍ରବର୍ତ୍ତେଇଲେ ସୁଧା ଶାଶୁ, ଶଶୁରଙ୍କୁ ଛାଡ଼ି ଆଉ ଏକ ବିବାହ କରି ଅନ୍ୟତ୍ର ଯିବାକୁ ବୋହୂ ଅମଙ୍ଗ ଥିଲା। ଧର୍ମନାଥ ନିଜ ସଂପର୍କୀୟରେ ତଥା ବଡ଼ ଭାଇଙ୍କ ପୁଅ,ଦିଅର ଆଦିଙ୍କୁ ବିବାହ ପ୍ରସ୍ତାବ ଦେଲେ ସୁଧା କେହି ଏ ପ୍ରସ୍ତାବରେ ରାଜି ହେଲେ ନାହିଁ। ଶେଷରେ ଧର୍ମନାଥ କେବଳ ବୋହୂକୁ ସଧବା ରୂପରେ ଦେଖିବା ପାଇଁ ଜଣେ ଯୁବକକୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କଲେ ଏବଂ ନିଜର ବିଧବା ବୋହୂ ସହ ତାର ବିବାହ କରାଇ ବୋହୂକୁ ସଧବା କରିଦେଲେ।ଯୁବକ ଜଣଙ୍କ ମୁମ୍ବାଇରେ ଏକ ବେସରକାରୀ ସଂସ୍ଥାରେ ଚାକିରୀ କରନ୍ତି।ଧର୍ମନାଥ ତଥା ତାଙ୍କ ପତ୍ନୀଙ୍କର ଏହି ମହାନିୟତା ଏ ସମାଜ ପାଇଁ ଏକ ଆଦର୍ଶ ନିଶ୍ଚିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.