Home କେନ୍ଦୁଝର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଗୋରୁ ମୃତ, କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଗୋରୁ ମୃତ, କାର୍ଯ୍ୟାଳୟ ଘେରାଉ

156

ହାଟଡ଼ିହି-୨୩/୬-  ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବିଦ୍ୟୁତ ସେକେସନର କର୍ମଚାରୀଙ୍କ ଖମଖିଆଲି ମନୋବୃତି ପାଇଁ ଦୈନଦିନ ଦୁର୍ଘଟଣା ମାନ ଘଟି ଚାଲିଛି। ଗତ କିଛିଦିନ ତଳେ ହାଟଡ଼ିହି ଗ୍ରାମରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ଟି ଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ଆଜି ଓରାଳି ପଂଚାୟତ କରଞ୍ଜପଦୀ ଗ୍ରାମରେ ତଳେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତିନୋଟି ଗୋରୁ ମୃତ୍ୟୁବରଣ କରିଛନ୍ତି। ଅଯୋଧ୍ୟା ମଲିକଙ୍କ ଗୋଟିଏ , ବିଶ୍ୱନାଥ ଜେନାଙ୍କ ଗୋଟିଏ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଗୋଟିଏ ଗୋରୁ ମରିଛନ୍ତି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ କରଂଜପଦି ଗ୍ରାମବାସୀ ମାନେ ଓରାଳି ବିଦ୍ୟୁତ କାର୍ଯ୍ୟଳୟ ଘେରାଉ କରିଛନ୍ତି। କିନ୍ତୁ କୌଣସି ଅଧିକାରୀ ଉପସ୍ଥିତ ନ ଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।  କ୍ଷତିପୂରଣ ପାଇଁ ପୋଲିସ ରେ ଗୋରୁ ମାଲିକ ମାନେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.