Home ଜିଲ୍ଲା ପରିକ୍ରମା ବିଦ୍ୟାଳୟରେ ଅଭିନବ ପ୍ରୟାସ,ରେଳ ଗାଡି ଦେଖିନଥିବା ଛାତ୍ର ଛାତ୍ରୀ ଉଡାଜାହଜରେ ବସି ପଢିଲେ ପାଠ

ବିଦ୍ୟାଳୟରେ ଅଭିନବ ପ୍ରୟାସ,ରେଳ ଗାଡି ଦେଖିନଥିବା ଛାତ୍ର ଛାତ୍ରୀ ଉଡାଜାହଜରେ ବସି ପଢିଲେ ପାଠ

191

ମାଲକାନଗିରି,୨୬ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ରେଳଗାଡି କି ଏୟାରସ୍ଟ୍ରିପ ର ସେବା ମିଳିନଥିବା ବେଳେ ନିଜ ବିଦ୍ୟାଳୟରେ ଉଡାଜାହଜରେ ବସିବାର ମଜାଉଠାଇଛନ୍ତି ମାଲକାନଗିରି ର ଏକ ବିଦ୍ୟାଳୟର ଛାତ୍ର ଛାତ୍ରୀ । ଦେଶସ୍ୱାଧାନ ହୋଇ ଦିର୍ଘ୭୨ବର୍ଷରେ ପଦାର୍ପଣକରି ଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାବାସୀ ଓ ଛାତ୍ରଛାତ୍ରୀ ଙ୍କ ପାଇଁ ରେଳଗାଡି କିମ୍ବା ଉଡାଜାହଜ ଦେଖିବା ସ୍ୱପ୍ନପାଲଟିଛି । କେନ୍ଦ୍ର ଓ ରାଜ୍ୟସରକାର ମାଲକାନଗିରି ଜିଲ୍ଲାକୁ ରେଳ ଲାଇନ ସଂଯୋଗ ଓ ଏୟାରସ୍ଟ୍ରିପ ନିର୍ମାଣ କରିବା ପାଇଁ ନିସ୍ପତି ନେଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଏହାର ବିଧିବଧ ଭାବେ କିଛି କାର୍ଯ୍ୟ ଆରମ୍ଭ ହୋଇ ନଥିଲେ ମଧ୍ୟ ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଚାଂୟତ ଠାରେ ଥିବା ଉଚ୍ଚପ୍ରାଥମିକ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପକ୍ଷରୁ ଅଭିନବ ଉପାୟରେ ପିଲାମାନଙ୍କ ପାଇଁ ଉଡାଜାହଜରେ ବସିବାର ସୋଭାଗ୍ୟ ଆଣିଦେଇଛନ୍ତି । ଏହି ଛାତ୍ର ଛାତ୍ରୀ ମାନେ ବିଶାଖାପାଟଣା କିମ୍ବା ଭୁବନେଶ୍ୱର ଏୟାରପୋର୍ଟ କୁ ନ ଯାଇ ନିଜ ବିଦ୍ୟାଳୟରେ ଏରୋପ୍ଲେନରେ ବସି ପାଠପଢି ବେସ ଖୁସିମନାଇଛନ୍ତି । ଏରୋପ୍ଲେନ କେବଳ ବହି ଓ ଟିଭି ମାଧ୍ୟମରେ ଚିତ୍ର ଆକାରରେ ଦେଖିଥିବା ବେଳେ ଉଡାଜାହଜ କିପରି ସେଥିରେ ବସିବା ଠାରୁ ଆରମ୍ଭ କରି ଟିକେଟ କାଟିବା ପିଲାମାନେ ଜଣିବାପାଇଁ ଚାଲାଣଗୁଡା କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଆଭାରାଣୀ ବିଶ୍ୱାଳ ଅଭିନବ ଉପାୟରେ ମାଲକାନଗିରିର ଆର୍ଟିଷ୍ଟ କେ ଦେଶିରାଜୁ ଆଚାରୀଙ୍କ ଦ୍ୱାରା ବିଦ୍ୟାଳୟ କାନ୍ଥରେ ଏକ ଏରୋପ୍ଲେନ ସଦୃଶ୍ୟ ଚିତ୍ର ଓ ବିଦ୍ୟାଳୟ କୋଠରୀ ଗୁଡିକୁ ଉଡାଜାହଜ ଢଙ୍ଗରେ ଚିତ୍ରିଣ କରିଛନ୍ତି । ଯାହା କି ଜିଲ୍ଲାବାସୀଙ୍କୁ ଏହା ପ୍ରକୃତ ଏରୋପ୍ଲେନ ଦୃଶ୍ୟ ଭ୍ରମସୃଷ୍ଟି କରିଛି । ପ୍ରକୃତ ଉଡାଜାହଜ ଭଳି ଦେଖା ଯାଉଥିବା ପ୍ଲେନରେ ଛାତ୍ର ଛାତ୍ରୀ ମାନେ ବସି ଅଧ୍ୟୟନକରୁଛନ୍ତି । ବିଦ୍ୟାଳୟ ଆରମ୍ଭ ଓ ଛୁଟି ହେବା ସମୟରେ ଛାତ୍ର ଛାତ୍ରୀ ମାନେ ନିଜ ନିଜ ଶ୍ରେଣୀକୋଠରୀ ଭିତରକୁ ଯାତାୟାତ କରୁଥିବା ବେଳେ ସତେ ଯେମିତି ସେମାନେ ପ୍ଲେନରେ ଚଢୁଥିବା ଓ ଓହ୍ଲାଉଥିବା ଭଳିଦୃଶ୍ୟ ଦେଖାଯାଇ ଥାଏ । ଛାତ୍ର ଛାତ୍ରୀମାନେ ଶାନ୍ତିଶୃଙ୍ଖଳାର ସହିତ ଦିନ୧୦ଟାରେ ପ୍ଲେନ ଭିତରକୁ ଧାଡିହୋଇ ଯାଇଥାନ୍ତି , ସେହି ପ୍ଲେନ ଭିତରେ ବସି ପାଠପଢିଥାନ୍ତି । ପୁଣି ୪ଟା ବାଜିଲେ ପ୍ଲେନ ରୁ ଓହ୍ଲାଇ ଆସିଥାନ୍ତି । ମାଲକାନଗିରି ରୁ ଚାଲାଣଗୁଡାକୁ ଯାତ୍ରାକରୁଥିବା ଏୟାରଇଣ୍ଡିଆ ପ୍ଲେନ ନାମକରଣ ରଖାଯାଇଛି । ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ରେଳ ଗାଡି ଓ ପ୍ଲେନ ସ୍ୱପ୍ନ ପାଲଟିଥିବା ବେଳେ ଚାଲାଣଗୁଡା କସ୍ତୁରାବା ଗାନ୍ଧୀ ବିଦ୍ୟାଳୟରେ ଅଭିନବ ଉପାୟରେ ଉଡାଜାହଜ ଚିତ୍ରଣକରି ଜିଲ୍ଲାବାସୀଙ୍କୁ ପ୍ଲେନ ଦେଖିବାର ସୁଯୋଗ ଦେଇଥିବାରୁ ଆଖପାଖ ଗ୍ରାମବାସୀ ମାନେ ଏହାକୁ ଦେଖିବା ପାଇଁ ପ୍ରିତଦିନ ବିଦ୍ୟାଳୟ ନିକଟରେ ଭିଡ ଜମାଇ ଦେଉଛନ୍ତି । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବହୁତ ଖୁସିହୋଇ ଏହି ପ୍ଲେନ ରେ ବସି ପାଠପଢୁଛନ୍ତି । ଜିଲ୍ଲାରେ ରେଳ ଗାଡି କିମ୍ବା ଏରୋପ୍ଲେନ ର ସୁବିଧା ନଥିବାରୁ କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ ସବ ର୍ଶିକ୍ଷାଅଭିଯାନ ଓ ବିଦ୍ୟାଳୟପକ୍ଷରୁ କାନ୍ଥ କହୁଛି କାହାଣୀ ଚିତ୍ର ମାଧ୍ୟମରେ ଉଡାଜାହଜ ଓ ରେଳଗାଡି,ପ୍ଲାଟଫର୍ମ ସଂପର୍କରେ ଜ୍ଞାନ ଓ ଧାରଣା ଦେବା ପାଇଁ ଏହା କରାଯାଇଛି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ବିଶ୍ୱାଳ କହିଛନ୍ତି । ଚାଲାଣଗୁଡା ଉଚ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କୁ ଉଡାଜାହଜ ସଂପର୍କରେ ଜନସଚେତନତା କରାଯାଇ ଥିବାରୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଜିଲ୍ଲାଶିକ୍ଷାଅଧିକାରୀ ରମେଶ ଚନ୍ଦ୍ର ସେଠୀ ଓ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଉଡାଜାହଜ ଚିତ୍ରନିର୍ମାଣ କରିଥିବା କଳାକାର କେ.ଦେଶି ରୁଜା ଆଚାରୀ ଙ୍କୁ ଧନ୍ୟବାଦ ଜଣାଇ ଏହିପରି ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନ ଓ୍ୟାର୍ଡି କେନ୍ଦ୍ର ର କାନ୍ଥ କୋଠରୀ ଗୁଡିକରେ ବିଭିନ୍ନ ଶିକ୍ଷୟଣୀୟ ବିଷୟବସ୍ତୁ ଚିତ୍ରକରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି । ସୁଚନା ଯୋଗ୍ୟ ଯେ ଗତ ବର୍ଷ ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ବୁଟିଗୁଡା ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ କାନ୍ଥରେ ଏହି ଚିତ୍ରଶିଳ୍ପିଙ୍କ ଦ୍ୱାରା ମାଲ୍ୟବନ୍ତ ଏକ୍ସପ୍ରେସ ନାମରେ ଏକ ରେଳଗାଡିର ଚିତ୍ରଣ କରାଯାଇ ରେଳବଗିରେ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରୁଥିବାର ଦୃଶ୍ୟଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.