Home ଜାତୀୟ ବିଜୟାରାଜେଙ୍କୁ ଜେଲରେ ଶୌଚାଳୟର ସୁବିଧା ଦେଇନଥିଲା କଂଗ୍ରେସ!

ବିଜୟାରାଜେଙ୍କୁ ଜେଲରେ ଶୌଚାଳୟର ସୁବିଧା ଦେଇନଥିଲା କଂଗ୍ରେସ!

971

ଭୁବନେଶ୍ୱର;୧୬,ଅକ୍ଟୋବର:ବିଜେପି ନେତ୍ରୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ କଂଗ୍ରେସ ଉପରେ ମହିଳା ମାନଙ୍କୁ ଅପମାନିତ କରିବାର ଅଭିଯୋଗ ଲଗାଇ କହିଛନ୍ତି ଯେ କଂଗ୍ରେସ ଏପରି ଏକ ଦଳ ଯିଏ ରାଜମାତା ବିଜୟାରାଜେ ସିନ୍ଧିଆଙ୍କୁ ଜେଲରେ ବନ୍ଦ କରି ଦେଇଥିଲା।ଏବଂ ତାଙ୍କୁ ଅପମାନିତ ଏବଂ ହଇରାଣ କରିବା ପାଇଁ ତାଙ୍କ ସେଲରେ ଶୌଚାଳୟର ବ୍ୟବସ୍ଥା ମଧ୍ୟ ରଖିନଥିଲା ଗୋଆଲିୟର ରାଜପରିବାରର ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତାବ୍ଦୀ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସ୍ମୃତି ଏପରି କହିଛନ୍ତି।ଏହା ସହ ସ୍ମୃତି କହିଥିଲେ ଯେ ରାଜମାତାଙ୍କୁ ଡରାଇବା ଏବଂ ଦବାଇବା ପାଇଁ କଂଗ୍ରେସ ସବୁ ପ୍ରକାର ଉଦ୍ୟମ କରିଥିଲା।କିନ୍ତୁ ରାଜମାତାଙ୍କୁ ଡରାଇବା ଏବଂ ଦବାଇବାରେ କଂଗ୍ରେସ ଅସଫଳ ରହିଥିଲା।ଜେଲରେ ତାଙ୍କର ପରିଚୟ କଏଦୀ ନମ୍ବର ୨୨୬୫ ହୋଇ ରହି ଯାଇଥିଲା।ସ୍ମୃତି କହିଥିଲେ ଯେ ଆଜିର ଦିନରେ ମହିଳା ମାନଙ୍କୁ ସେହିପରି ଲଢ଼ିବାର ଆବଶ୍ୟକତା ରହିଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.