Home ଓଡ଼ିଶା ବିଜେପୁର ନିର୍ବାଚନ:ସୋସିଆଲ ମିଡିଆରେ ନିଆଁ

ବିଜେପୁର ନିର୍ବାଚନ:ସୋସିଆଲ ମିଡିଆରେ ନିଆଁ

126

ଭୁବନେଶ୍ୱର;୨୦, ୦୨, ୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ସୋସିଆଲ ମିଡିଆର ଦୂରୁପଯୋଗ କରାଯାଇ ଅନେକ ସମୟରେ ବିବାଦୀୟ ପୋଷ୍ଟ କରାଯାଉଥିବା ନେଇ ଅନେକ ଘଟଣା ଦେଖିବାକୁ ମିଳେ।ସଦ୍ୟ ଏହିପରି ଏକ ବିବାଦୀୟ ପୋଷ୍ଟ ଦେଖିବାକୁ ମିଳିଛି ଫେସବୁକରେ।ଓଡ଼ିଶା ବିଜେପିର ଅନ୍ୟତମ ପ୍ରମୁଖ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏକ ବିବାଦୀୟ ଫଟୋ ପୋଷ୍ଟ କରାଯାଇଛି।ସେଥିରେ “ସୁରଟ ବାଲି ସହ ମିଶନ ବିଜେପୁର” ଲେଖା ଯାଇଛି।ବିଜୁ ଜନତା ଦଳ ସୁକିନ୍ଦା ପକ୍ଷରୁ ଏପରି ବିବାଦୀୟ ପୋଷ୍ଟ କରାଯାଇଛି। ପୋଷ୍ଟରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ଜଣେ ନାରୀଙ୍କୁ ଅପମାନିତ କରାଯାଇଛି।ବିଜୁ ଜନତା ଦଳ ସୁକିନ୍ଦା ପକ୍ଷରୁ “ଯାଜପୁର ବ୍ରେକିଂ” ନାମକ ଏକ ଗ୍ରୁପରେ ଏପରି ବିବାଦୀୟ ପୋଷ୍ଟ ହୋଇଥିବା ଜଣାପଡ଼ିଛି।ସେହିପରି ମଣ୍ଟୁ ସେନା ଭଦ୍ରକ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ପୋଷ୍ଟ କରାଯାଇ “ଆମ ଯୋଡ଼ି ଆପଣ ମାନଙ୍କୁ କେମିତି ଲାଗୁଛି” ଲେଖା ଯାଇଛି।ସାଇବର ଅପରାଧ ନେଇ କଡ଼ା ଆଇନ ରହିଥିଲେ ମଧ୍ୟ ବାରମ୍ବାର ଏପରି ଘଟଣା ଘଟି ଚାଲିଛି।ସୋସିଆଲ ମିଡିଆ ବିଶେଷ କରି ଫେସବୁକରେ ବିଭିର୍ଣ୍ଣ ଦଳ ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଛି।ଏବେ ପୁଣି ବିଜେପୁର ନିର୍ବାଚନ ଲାଗି ଫେସବୁକରେ ଲଢ଼େଇ ଅଧିକ ତୀବ୍ର ହୋଇ ଯାଇଛି।ସତେ ଯେପରି ନିର୍ବାଚନ ହେଉଛି ବିଜେପୁରରେ ନିଆଁ ଲାଗିଛି ସୋସିଆଲ ମିଡିଆରେ।ଆରୋପ ପ୍ରତ୍ୟାରୋପ କିଛି ଭୁଲ କଥା ନୁହେଁ କିନ୍ତୁ ଶାଳିନତା ହରାଇ ଅଭଦ୍ର ତଥା ବ୍ୟକ୍ତିଗତ ଆକ୍ଷେପ କରିବା କେତେ ଦୂର ଠିକ୍?କିଏ କେଉଁ ଦଳକୁ ଭଲ ପାଉ ଥାଇପାରେ।ସେ ନିଜ ଦଳ ସପକ୍ଷରେ ଏବଂ ବିରୋଧିଙ୍କୁ ଆକ୍ଷେପ କରି ପୋଷ୍ଟ କରିବା ଠିକ୍ କିନ୍ତୁ ଏହାର ମାନେ ନୁହେଁ ଯେ ଅଶାଳୀନ, ଅଭଦ୍ର ଟିପଣି କରିବା।ନରେନ୍ଦ୍ର ମୋଦୀ ଯେ କୌଣସି ଦଳର ହୁଅନ୍ତୁ ସେ ଭାରତର ପ୍ରଧାନମନ୍ତ୍ରୀ।ସେହିପରି ନବୀନ ପଟ୍ଟନାୟକ କୌଣସି ଦଳର ହୁଅନ୍ତୁ ସେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ।ଏହା ସହ ସେମାନଙ୍କୁ ଆକ୍ଷେପ କରିବା ସହିତ କୌଣସି ମହିଳାଙ୍କୁ ମଧ୍ୟ ସେଥିରେ ଜଡ଼ିତ କରାଯାଉଛି।ଏହିପରି ପୋଷ୍ଟରେ ଅନେକ ମହିଳା ବ୍ୟଥିତ ହୋଇ ପଡୁଛନ୍ତି।ଜଣେ ନାରୀକୁ ଅନ୍ୟ କୌଣସି ଉପାୟ ନପାଇ ତା’ର ଚରିତ୍ର ସଂହାର କରିବା ପରି ପୋଷ୍ଟ କରିବା କେତେ ଦୂର ଉଚିତ?ତେବେ କୌଣସି ନାରୀଙ୍କ ବିରୋଧରେ ଏପରି ଧରଣର ପୋଷ୍ଟ ଅନୁଚିତ, କୁହାଗଲେ ମଧ୍ୟ ବେଳେବେଳେ ଦଳ ପାଇଁ କୌଣସି ନାରୀଙ୍କୁ ମଧ୍ୟ ନାରୀ ବିରୋଧରେ ପୋଷ୍ଟ କରୁଥିବା ଦେଖାଯାଉଛି।ଏବେ କିଛି ଦିନ ତଳେ ଏହିପରି ଏକ ପୋଷ୍ଟ ଦେଖିବାକୁ ମିଳିଥିଲା।ନାରୀ ନାରୀର ଶତୃ ଭଳି ଜଣା ପଡୁଥିଲା।ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କର ଏକ ପୋଷ୍ଟ ଉପରେ ପୋଷ୍ଟ କରିଥିଲେ ଯେ, ଇଜ୍ଜତ ଆଉ ନାହିଁ ତମର ବିଜେପି ଲେଡିଜ୍ ସବୁ..ଆଉ କଣ କରିବ କି..କେବଳ ଫଟୋ ଅପଲୋଡ କରିବ…ଏବେ ସମୟ ଅଛି ନବୀନ ସାରଙ୍କୁ ସମର୍ପଣ କର।ଏହାର ଉତ୍ତରରେ ସଂପୃକ୍ତ ମହିଳା ଲେଖିଥିଲେ, ଅପା, ଆମେ କାହାକୁ ସମର୍ପିତ ହେଉନି।ଆମ ଜୀବନକୁ ଉତ୍ସର୍ଗ କରୁ ଦେଶ ପାଇଁ।ସିଏମଙ୍କୁ ସମର୍ପିତ ହେବା ପାଇଁ ଆପଣ ମାନେ ଅଛନ୍ତି ନାଁ।କେତେକ ଅସାମାଜିକ ପୁରୁଷ ଅନେକ ସମୟରେ ନାରୀ ମାନଙ୍କ ବିରୋଧରେ ଅଶାଳୀନ ପୋଷ୍ଟ କରୁଥିବା ଅଭିଯୋଗ ହେଉଥିବା ବେଳେ ଏଠି ସଂପୃକ୍ତ ନାରୀ ଜଣଙ୍କ ନିଜ ନାରୀ ଜାତିର କୋଉ ମର୍ଯ୍ୟଦା ରଖିଛନ୍ତି?ସୋସିଆଲ ମିଡିଆରେ ଥରେ ଗୋଟେ ପଦ ଲେଖିଦେଲେ ତାହା ବିଜୁଳି ବେଗ୍ରରେ କୋଉଠୁ ଯେ କୁଆଡେ ଯାଇ ପହଞ୍ଚେ କହି ହୁଏନି।ତେଣୁ କାହାକୁ ସମାଲୋଚନା, ବିରୋଧ କରିବାକୁ ଯାଇ କୌଣସି ପୋଷ୍ଟ କରିବା ପୂର୍ବରୁ ନିଜର ବୁଦ୍ଧି, ବିବେକକୁ ପଚାରିବା ଉଚିତ୍।ପୋଷ୍ଟ ବିରୁଧାତ୍ମକ ହେଉ କିନ୍ତୁ ତାହା ସାମାଜିକ ମର୍ଯ୍ୟଦା ଯେ, ନ ହରାଉ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.