Home କେନ୍ଦୁଝର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଆଲୋକ ସେଠୀ ମନୋନୀତ

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଆଲୋକ ସେଠୀ ମନୋନୀତ

142

ହାଟଡ଼ିହି, ୧୪ । ୬ : ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ରାଜ୍ୟ ବିଜପିର କାର୍ଯ୍ୟକାରିଣୀ କମିଟିର ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଶ୍ରୀଯୁକ୍ତ ସେଠୀ ଜଣେ ଦକ୍ଷ ସଂଗଠକ ଭାବେ ପରିଚିତ ଥିବାବେଳେ ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ôଥଭାବେ ପ୍ରତିଦ୍ୱନ୍ଦିତା କରି ନିଜର ଦୃଢ଼ ସ୍ଥିତି ଜାହିର କରିଥିଲେ । କରୋନା ମହାମାରୀ ସଙ୍କଟ ସମୟରେ ନିଜକୁ ବାଜି ଲଗାଇ ସେ ବିଭିନ୍ନ ଗ୍ରାମରେ ସଚେତନ କରାଇବା ସହ ଲୋକମାନଙ୍କୁ ମାସ୍କ, ଶୁଖିଲା ଖାଦ୍ୟ ବଣ୍ଟନ କରି କରୋନାଯୋଦ୍ଧା ଭାବେ ପରିଚିତ ହୋଇଥିଲେ । ରାଜ୍ୟ ବିଜେପି ସଭାପତି ସମିର ମହାନ୍ତିଙ୍କ ନୁତନ କମିଟିର ରାଜ୍ୟ କାର୍ଯ୍ୟକାରିଣୀ ର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ ହୋଇଥବବାରୁ ଭାଜପା ମିଡିଆ କୋ ଅର୍ଡିନେଟର ନିରାକାର ଦଳେଇ, ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ହରମୋହନ ଶାସିନି, ମଣ୍ଡଳ ସଭାପତି ବଳଭଦ୍ର ବାରିକ, ଗୋଲଖ ଜେନା, ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁ, ମଧୁସୁଦନ ରାଉତ, କୈଳାଶ ସାମଲ, ଶଶିକାନ୍ତ ରାଉତ, ରମାକାନ୍ତ ଭୋଇ, ଜଗା ଦେବତା, ସନ୍ତୋଷ ପରିଡା ପ୍ରମୁଖଙ୍କ ସମେତ ବହୁ ବିଜେପି କର୍ମୀ ଓ ଶୁଭେଚ୍ଛୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରାଜ୍ୟ ସମ୍ପାଦକ ତାଙ୍କୁ ମନୋନୀତ କରିଥିବାରୁ ଶ୍ରୀ ସେଠୀ ରାଜ୍ୟ ସଭାପତି ସମିର ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.