Home ଜିଲ୍ଲା ପରିକ୍ରମା ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବିକାଶ

ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବିକାଶ

31

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଥିବା ବିକାଶ ଶ୍ରେଷ୍ଠା ଆଜି ସଭାପତି ପଦ ସହିତ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏ ନେଇ ଏକ ପ୍ରେସ୍ ବିବୃତ୍ତି ଯୋଗେ ଅବଗତ କରାଇଛନ୍ତି କି ୧୯୮୯ ମସିହାରୁ ଆର୍‌ଏସ୍‌ଏସ୍ ସଂଘ ସହ ମିଶି ସେ ବିଭିନ୍ନ ସମୟରେ ସଂଘ ଓ ପରେ ବିଜେପିରେ ରହି ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟକର୍ତ୍ତା ଭାବେ ନିରବଚ୍ଛିନ୍ନ କାର୍ଯ୍ୟ କରି ଆସିଛନ୍ତି । ବିଜେପି ଯୁବମୋର୍ଚ୍ଚାର ଜିଲ୍ଳା ସାଧାରଣ ସମ୍ପାଦକ, ଧାମନଗର ବ୍ଳକ ପ୍ରଭାରୀ, ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ, ନାଗରିକ ସଂଶୋଧନ ଅଧିନିୟମ ସମ୍ପର୍କ ଅଭିଯାନର ଭଦ୍ରକ ବିଧାନସଭା ସଂଯୋଜକ, ଜିଲ୍ଲା ରକ୍ତଦାନ ବିଭାଗ ସଂଯୋଜକ, ଶେଷରେ ଜିଲ୍ଳା ଯୁବମୋର୍ଚ୍ଚାର ସଭାପତି ଭାବେ ସେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଗତ ଅଗଷ୍ଟ ୨୧ ତାରିଖରେ ବିଜେପିର କିଛି ଅସାମାଜିକ ଯୁବକ ରାଜନୈତିକ ଆକ୍ରୋଶ ରଖି ବଳପୂର୍ବକ ଅପହରଣ କରିଆଣି ବିଜେପି ପାର୍ଟି କାର୍ଯ୍ୟାଳୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏ ସଂକ୍ରାନ୍ତରେ ସେ ଦଳୀୟ ମୁଖ୍ୟଙ୍କୁ ଅବଗତ କରାଇ ଏହାର ପଦକ୍ଷେପକୁ ଅପେକ୍ଷା କରିଥିଲେ ବି ଏ ଯାବତ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଏବେ ବିଜେପିରେ ସେ ନିଜକୁ ସୁରକ୍ଷିତ ମଣୁ ନଥିବାରୁ ଆଗାମୀ ଦିନରେ ଏହି ଦଳରେ ତାଙ୍କ ଜୀବନ ପାଇଁ ବିପଦ ଥିବାରୁ ସେ ଆଜି ଉଭୟ ଯୁବମୋର୍ଚ୍ଚା ସଭାପତି ଏବଂ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ଗଣମାଧ୍ୟମକୁ ଲିଖିତ ଭାବେ ଜଣାଇଛନ୍ତି । ଏଥି ସହିତ ତାଙ୍କ ଜୀବନର ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.