Home ଓଡ଼ିଶା ବିଜେପି ଦାୟିତ୍ୱରେ ଅଛନ୍ତି କି? ସାବଧାନ!

ବିଜେପି ଦାୟିତ୍ୱରେ ଅଛନ୍ତି କି? ସାବଧାନ!

2006

ରାତି ପାଇଲା ବେଳକୁ ଦାୟିତ୍ୱ ନଥାଇ ପାରେ!
ଭୁବନେଶ୍ୱର;୨୭,ଅକ୍ଟୋବର:ଆପଣ ବିଜେପିର କୌଣସି ସାଙ୍ଗଠନିକ ଦାୟିତ୍ୱରେ ଅଛନ୍ତି କି?ତେବେ ସାବଧାନ ରୁହନ୍ତୁ।ହୁଏତ ସକାଳ ପାଇଲା ବେଳକୁ ଆପଣଙ୍କର ଦାୟିତ୍ୱ ନଥାଇ ପାରେ।ଆପଣ ଦାୟିତ୍ବରୁ ମୁକ୍ତ ହୋଇ ଯାଇପାରନ୍ତି।କିଛି କାରଣ ଥାଉ ବା ନଥାଉ,ଆପଣ ଆପଣଙ୍କର ଦାୟିତ୍ୱ ଠିକରେ ତୁଲାଉଥାଆନ୍ତୁ ଅବା ନଥାନ୍ତୁ,ଆପଣ ବିଜେପିକୁ କେତେ ବି ଭଲ ପାଉ ଥାଆନ୍ତୁ,ଦଳ ପ୍ରତି କେତେବି ଆନୁଗତ୍ୟ ଥାଉ,ଏ ସବୁର କିଛି ମାନେ ନାହିଁ।ଯଦି ଆପଣ ଦଳର କୌଣସି ପଦ ପଦବୀରେ ଅଛନ୍ତି,ଏବଂ ଆପଣ ଆପଙ୍କର ଦାୟିତ୍ୱ ଠିକରେ ନିର୍ବାହ କରୁଛନ୍ତି।ଆଜି କିଛି କରି,କାଲି ପାଇଁ ପୁଣି କିଛି ଯୋଜନା ରଖିଛନ୍ତି,ତେବେ ଟିକେ ସତର୍କ ରହିଥାଆନ୍ତୁ।ଆପଣଙ୍କ ସହ ବିନା ଆଲୋଚନାରେ,ଆପଣଙ୍କୁ ସୂଚନା ନଦେଇ ହଠାତ ଆପଣ ଯେ ଆଉ ଆପଣଙ୍କର ଦାୟିତ୍ୱରେ ନାହାଁନ୍ତି,ଏ ସୂଚନା ଆପଣ ପାଇପାରନ୍ତି।ଏବଂ,ତାହା ବି ହୁଏତ ହୋଇପାରେ କୌଣସି ମିଡିଆ ପ୍ରକାଶିତ ରିପୋର୍ଟରୁ ଆପଣ ଏ ଖବର ପାଇପାରନ୍ତି।

ଏପରି ଘଟିଛି ଏବଂ ଘଟୁଛି।ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀଙ୍କୁ ହଠାତ ଦାୟିତ୍ବରୁ ହଟାଇ ଦିଆଯାଇଛି।ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀଙ୍କୁ ହଠାତ ଅପସାରିତ କରି ନୂତନ ଭାବରେ ତନୁଶ୍ରୀ ପଟେଲଙ୍କୁ ନିଯୁକ୍ତି ଦେଇଛନ୍ତି।ଏବଂ ମିନାକ୍ଷୀଙ୍କ ନାମ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପାଇଁ ସୁପାରିଶ କରାଯାଇଛି।ଏନେଇ ହରେକୃଷ୍ଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।ପ୍ରେସ ବିଜ୍ଞପ୍ତି ମାଧ୍ୟମରୁ ଏ ଖବର ମିଳିଛି।କିନ୍ତୁ,ଦଳ ଭିତରୁ ଏନେଇ ପୂର୍ବରୁ ସୂଚନା ମିଳିନି।ଏହା ସହ ଜିଲ୍ଲା ସଙ୍ଗଠନରେ ନୂତନ ଭାବରେ ଆଉ କିଛି ଜଣଙ୍କୁ ସାମିଲ କରାଯାଇଛି।ଅତୀତରେ ମଧ୍ୟ ବିଭିର୍ଣ୍ଣ ସ୍ତରରେ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ହଠାତ ଦାୟିତ୍ୱ ମୁକ୍ତ କରାଯାଇଥିବାର ନଜିର ମଧ୍ୟ ରହିଛି।କୁହାଯାଉଥିଲା,ଆଗକୁ ନିର୍ବାଚନ ବର୍ଷ ଥିବାରୁ ଏବେ ଆଉ କୌଣସି ସାଙ୍ଗଠନିକ ପରିବର୍ତ୍ତନ ହେବ ନାହିଁ। ତେବେ ଏଠି ପ୍ରଶ୍ନ ଉଠେ,ଭୁବନେଶ୍ୱରରେ ଜିଲ୍ଲା ସଭାନେତ୍ରୀଙ୍କୁ ହଠାତ ଏପରି ଦାୟିତ୍ୱ ମୁକ୍ତ କରାଯିବାର କାରଣ କ’ଣ?କ’ଣ ସେ ଆଯୋଗ୍ୟା ଥିଲେ?ସେ କ’ଣ ନିଜର ଦାୟିତ୍ୱ ଠିକରେ ନିର୍ବାହ କରି ପାରୁନଥିଲେ?ନାଁ ଜିଲ୍ଲା ସଭାପତିଙ୍କର ସହ ତାଙ୍କର ତାଳମେଳ ରହିଲା ନାହିଁ?ସେ କ’ଣ ତାଙ୍କ କଥାରେ ପରିଚାଳିତ ହେଲେ ନାହିଁ?ନାଁ,ଘଟଣା ଆଉ କିଛି?ଜିଲ୍ଲା ଟିମରେ କିଏ ରହିବ କିଏ ନାହିଁ,ଏହା ସଭାପତିଙ୍କର ଇଚ୍ଛାଧୀନ ବେପାର।କିନ୍ତୁ,ଏପରି ଧରଣର ପଦକ୍ଷେପ ସଂପୃକ୍ତ ପୂର୍ବତନ ସଭାନେତ୍ରୀଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବିଭିର୍ଣ୍ଣ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କ ମନରେ ଶଙ୍କା,ସନ୍ଦେହ ଏବଂ ଅସୁରକ୍ଷିତ ଭାବନା ସୃଷ୍ଟି କରିବନି ତ’?/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.