Home ଓଡ଼ିଶା ବିଜେପିରେ ଚାଲିଛି ମନ୍ଥନ! ପରିବର୍ତ୍ତନ ଥୟ ,କିଏ ହେବ ପରବର୍ତ୍ତୀ ସଭାପତି?

ବିଜେପିରେ ଚାଲିଛି ମନ୍ଥନ! ପରିବର୍ତ୍ତନ ଥୟ ,କିଏ ହେବ ପରବର୍ତ୍ତୀ ସଭାପତି?

142

ଭୁବନେଶ୍ୱର ୩-୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ଓଡ଼ିଶା ବିଜେପିରେ ଏକ ଅତି ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଏହାକୁ ନେଇ ସଂଘ ପକ୍ଷରୁ ଏକ ରୁଦ୍ଧ ଦ୍ୱାର ବୈଠକ ଚାଲିଛି। ସେଠାରେ ସଂଘ ସମେତ ବିଜେପିର କିଛି ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଘଟୁଥିବା ଘଟଣା କ୍ରମରୁ ଓଡ଼ିଶା ବିଜେପିରେ ଏକ ବଡ଼ ତଥା ଆମୁଳଚୁଳ ପରିବର୍ତ୍ତନର ଆଭାସ ମିଳି ଯାଉଛି। ଏ ଭିତରେ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ହୋଇ ସାରିଛନ୍ତି। ଏବଂ ଅମିତ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏବେ ବୈଠକରେ ହେବା ନିଷ୍ପତି ତୁରନ୍ତ ଘୋଷଣା କରା ନଯାଇ ଅମିତ ଶାହା ସଭାରେ ହିଁ ସଭାପତିଙ୍କ ନାମ ଘୋଷଣା କରିବା ଜଣାପଡ଼ୁଛି।

ସଭାପତି ଭାବରେ କନକ ବର୍ଦ୍ଧନ ସିଂଦେଓ, ପ୍ରତାପ ଷଡ଼ଙ୍ଗୀ ଏବଂ ସମୀର ମହାନ୍ତିଙ୍କ ନାମ ଆଲୋଚନା ହେଉଛି। ଦୀର୍ଘ ଦିନ ହେଲା ପଶ୍ଚିମ ଓଡିଶାରୁ ସଭାପତି ହୋଇ ଆସୁଥିବାରୁ ଏଥର ପୂର୍ବ ଓଡ଼ିଶାରୁ କେହି ସଭାପତି ହେବା କଥା ଉଠୁଛି। ବିଜେପି ଭିତରେ ଥିବା ଏକ କ୍ଷମତାଶାଳୀ ଗୋଷ୍ଠି ସମୀରଙ୍କ ସପକ୍ଷରେ ଥିବା ବେଳେ ସଂଘ ତଥା ସଙ୍ଗଠନର ତୃଣମୂଳ ସ୍ତରରୁ ପ୍ରତାପ ଷଡ଼ଙ୍ଗୀଙ୍କ ସପକ୍ଷରେ ପ୍ରବଳ ମତ ରହିଛି। ପୁଣି ଏ ଭିତରେ କେନ୍ଦ୍ର କନକ ବର୍ଦ୍ଧନ କିମ୍ବା ପ୍ରତାପଙ୍କ ସପକ୍ଷରେ ରହୁଥିବା ବେଳେ ରାଜ୍ୟ ବିଜେପି ସମୀରଙ୍କ ସମର୍ଥନରେ ରହିଛି। ଏଣେ ସଙ୍ଘର ମଧ୍ୟ ସମୀରଙ୍କ ପ୍ରତି ଶୁଭ ଦୃଷ୍ଟି ନାହିଁ। ଏସବୁ ଭିତରେ ବୈଠକରେ ସବୁ ଦିଗକୁ ନେଇ ବିଚାର ବିମର୍ଶ ଚାଲିଛି। ଏବେ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ହୋଇଥିବା ବେଳେ ଏବଂ ସଙ୍ଗଠନରେ ଆମୁଳଚୁଳ ପରିବର୍ତ୍ତନ କଥା ଭିତରେ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଅଧିକ ଚର୍ଚ୍ଚା ହେଉଛି।

ସୂଚନା ଯୋଗ୍ୟ ଯେ ଗତ ଥର ସଭାପତି ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଚର୍ଚ୍ଚାରେ ଥିଲା ବେଳେ ଶେଷ ମୁହୂର୍ତ୍ତରେ କଟି ଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଆଶାୟୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ହିଁ ପ୍ରତାପ ଗତ ଥର ସଭାପତି ନହୋଇ ପାରିବା ନେଇ ଆଲୋଚନା ହୋଇଥିଲା।ଏବେ ପୁଣି ସଂଘ ଏବଂ ସଙ୍ଗଠନ ଭିତରେ ତାଳି ପକାଇ ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠି ନିର୍ଣ୍ଣୟ ନିଜ ସପକ୍ଷରେ ନେବାକୁ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ମନୋଭାବ ବାବଦରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅବଗତ ଅଛନ୍ତି। ପରିବର୍ତ୍ତନ ହେବା ତ’ ପ୍ରାୟ ନିଶ୍ଚିତ। ବସନ୍ତ ପଣ୍ଡା ବି ଆଗୁଆ ଇସ୍ତଫା ଦେବା ସ୍ପଷ୍ଟ ବାରି ହେଉଛି। ବାକି ରହିଲା କିଏ ହେବ ସଭାପତି? ଉତ୍ତର ପ୍ରଦେଶରେ ଯୋଗୀଙ୍କ ପାଇଁ ତୃଣମୂଳ ସ୍ତରରୁ ଦାବି ହୋଇ ସେ ମୁଖ୍ୟମନ୍ତ୍ରୀ ହେଲା ପରି ପ୍ରତାପ ଷଡ଼ଙ୍ଗୀ ସଭାପତି ହେବେ ନାଁ କେନ୍ଦ୍ର ଶୁଭ ଦୃଷ୍ଟିରୁ କନକ ବର୍ଦ୍ଧନ ନାଁ ମନ୍ତ୍ରୀ, ଏବଂ ଦୀର୍ଘଦିନ ହେଲା ରାଜ୍ୟରେ ପ୍ରଭାବ ବିସ୍ତାର କରି ରହି ଆସିଥିବା ନେତାଙ୍କ କଥାରେ ସମୀର ହେଉଛନ୍ତି ସଭାପତି ଦେଖିବାକୁ ବାକି ରହିଲା। କିନ୍ତୁ ଯାହା ସୂଚନା ମିଳୁଛି ପ୍ରତାପ ଷଡ଼ଙ୍ଗୀ ହିଁ ଚୂଡାନ୍ତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.