Home ଓଡ଼ିଶା ବିଜୁ ଜନତା ଦଳରେ ଦାୟୀତ୍ତ୍ୱ ପ୍ରଦାନ

ବିଜୁ ଜନତା ଦଳରେ ଦାୟୀତ୍ତ୍ୱ ପ୍ରଦାନ

144

ଭୁବନେଶ୍ୱର, ୧୮/୪ (ଓଡ଼ିଆ ପୁଅ) – ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଶ୍ରୀ ସତ୍ୟବ୍ରତ ପାତ୍ରଙ୍କୁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଏବଂ ଶ୍ରୀ ସ୍ମୃତିପ୍ରକାଶ ନନ୍ଦଙ୍କୁ ବିଜେଡି ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ବଲାଙ୍ଗୀର ସାଂସଦ ଶ୍ରୀ କଳିକେଶ ନାରାୟଣ ସିଂହଦେଓ ଓ ସହ-ପର୍ଯ୍ୟବେକ୍ଷକ ଭାବେ ଲାଞ୍ଜିଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଦୀପ କୁମାର ଦିଶାରୀ ଏବଂ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ସୁଶ୍ରୀ ମନ୍ଦାକିନୀ କରଙ୍କୁ ନିଯୁକ୍ତି ଦେଇଛନ୍ତି।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ଶ୍ରୀ ହରପ୍ରସାଦ ସାହୁଙ୍କ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିବା ସହିତ ବେଗୁନିଆ ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ସାହୁଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ପୂର୍ବଘୋଷିତ ନିର୍ଦ୍ଦେଶନାମାକୁ ବାଦ୍‌ଦେଇ ବିଜୁ ମହିଳା ଜନତା ଦଳ ସଂପାଦିକା ଶ୍ରୀମତୀ ଏଲିନା ଦାସଙ୍କୁ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଏବଂ କଟକ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂହଙ୍କୁ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‌ଇସ୍ତାହାରରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.