Home ଜିଲ୍ଲା ପରିକ୍ରମା ବାହାନଗା ବ୍ଲକରେ ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ , ୪୧ଲିଟର ଦେଶୀ ୫ଲିଟର ବିଦେଶୀ ମଦ...

ବାହାନଗା ବ୍ଲକରେ ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ , ୪୧ଲିଟର ଦେଶୀ ୫ଲିଟର ବିଦେଶୀ ମଦ ଜବଦ ସହ ୫ ଗିରଫ

24

ବାହାନଗା,୨୯ା୧୨(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବିଭିନ୍ନ ସ୍ଥାନରେ ସୋର ଅବକାରୀ ବିଭାଗ ତରଫରୁ ଚଢାଉ କରି ଦେଶୀ ବିଦେଶୀ ମଦ ଜବଦ ସହ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ସୋର ଅବକାରୀ ବିଭାଗ ଅବକାରୀ ଅଧିକାରିଣୀ ସ୍ୱାତୀ ପଟ୍ଟନାୟକ ଓ ମେବାଇଲ ଅବକାରୀ ଆଇଆଇସି ଗାଲୁରାମ ସୋରେନଙ୍କ ଦ୍ୱାରା ଏହି ବ୍ଲକ ଦାଣ୍ଡହରିପୁର ପ‌ଞ୍ଚ।ୟତ ପିତଳପଦା ଗ୍ରାମର ଶ୍ରୀକାନ୍ତ ମଳିକଙ୍କ ଘରେ ଚଢାଉ କରି ୧୮ଲିଟର ଚୋରା ଦେଶୀ ମଦ , ଅଞ୍ଜି ଗ୍ରାମର ମାଳତୀ ଜେନାଙ୍କ ଘରୁ ୭ ଲିଟର , ବାଜଣା ଗ୍ରାମର ନିରାକର ରାଉତଙ୍କ ଘରୁ ୫ ଲିଟର ବିଦେଶୀ ମଦ , ଦୀପକ ଦରସଙ୍କ ଘରୁ ୮ଲିଟର ଦେଶୀ ମଦ, ହେମନ୍ତ ରାଉତଙ୍କ ଘରୁ ୮ଲିଟର ଦେଶୀ ମଦ ଜବଦ ସହ ମୋଟ ୪୧ଲିଟର ଦେଶୀ ଓ ୫ ଲିଟର ବିଦେଶୀ ମଦ ଜବଦ କରାଯାଇଛି । ଏବଂ ତା ସହ ଏହି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯାଇଛି । ଏହି ଚଢାଉରେ ବିଭାଗ ତରଫରୁ ମାନଗୋବିନ୍ଦ ମହାପାତ୍ର, ଦେବାଷିଶ ମଲ୍ଲିକ, ଭାସ୍କର ବେହେରା, ପ୍ରହ୍ଲାଦ ବିଶ୍ୱାଳ, ସେକ ସଲିମ, ତପନ ମଲ୍ଲିକ, ଅଞ୍ଜନ ଜେନା, ବିଦ୍ୟାଧର ବିନ୍ଧାଣୀ, ମୀନତି ଜେନା, ରଶ୍ମିରେଖା ପାତ୍ର ପ୍ରମୁଖ ଚଢାଉରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.