Home ଜିଲ୍ଲା ପରିକ୍ରମା ବାଳିକା ଆତ୍ମରକ୍ଷା ସଚେତନତା ଶିବିର

ବାଳିକା ଆତ୍ମରକ୍ଷା ସଚେତନତା ଶିବିର

224

ନୟାଗଡ଼, ୩୦ା୧୨(ଓଡ଼ିଆ ପୁଅ): ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତୀଶ୍ୱର ଜୁନିଅର କଲେଜ ପରିସରରେ ୧୩ ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଭାଗ ଅଧ୍ୟାପକ ଶିବରାମ ପଢିଆରୀଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଏହି ଶିବିରରେ ପ୍ରଶିକ୍ଷକଭାବେ ସନ୍ଧ୍ୟାରାଣୀ ନାୟକ ଯୋଗଦେଇ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଆତ୍ମରକ୍ଷା ଶିବିରର ସମାବର୍ତ୍ତନ ଉତ୍ସବରେ କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ନାୟକ ଯୋଗଦେଇ ସାମ୍ପ୍ରତିକ ସମାଜରେ ଆତ୍ମରକ୍ଷା ପାଇଁ ବାଳିକାମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିବାବେଳେ ଲୋକନାଥ ପଲେଇ ସମସ୍ତ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.