Home ଜିଲ୍ଲା ପରିକ୍ରମା ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ସବୁଠୁ ବଡ଼ ମାଧ୍ୟମ, ଅକ୍ଷୟ ତୃତୀୟା ଉପଲକ୍ଷେ ବିବାହ...

ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ସବୁଠୁ ବଡ଼ ମାଧ୍ୟମ, ଅକ୍ଷୟ ତୃତୀୟା ଉପଲକ୍ଷେ ବିବାହ ରୋକିବା ପାଇଁ ଜିଲ୍ଲାସ୍ତରୀୟ ସଚେତନତା ବୈଠକ

34

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ଭଦ୍ରକ ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିରାକରଣ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଅକ୍ଷୟ ତୃତୀୟା ତିଥିରେ କେତେକ କ୍ଷେତ୍ରରେ ସାମୂହିକ ବାଲ୍ୟ ବିବାହ ଘଟଣା ନେଇ ପୂର୍ବରୁ ଦୃଷ୍ଟାନ୍ତ ଥିବାରୁ ଏହି ଅବସରରେ ବାଲ୍ୟ ବିବାହ ରୋକିବା ନେଇ ସରକାରୀ ନିର୍ଦ୍ଦେଶମତେ ସଚେତନତା ସପ୍ତାହ ପାଳନ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ସ୍ତରୀୟ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦେବରାଜ ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଚନ୍ଦ୍ରା ସାହୁଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା, ଜିଲ୍ଲା ପଞ୍ଚାୟତ ଅଧିକାରୀ ବଂଶୀଧର ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ବାଲ୍ୟ ବିବାହ ଯୋଗୁଁ ପରିବାରର ସମାଜରେ କିପରି ଅଶେଷ କ୍ଷତି ସାଧନା ହେଉଛି, ମାତୃ ଓ ଶିଶୁ ମୃତ୍ୟୁହାର ରୋକିବାରେ ବାଧକ ସାଜୁଛି ଏବଂ ଏହାର ନିରାକରଣ ପାଇଁ ସଚେତନତା ଓ ବାଲ୍ୟ ବିବାହ ରୋକିବା ପାଇଁ ସଂପୃକ୍ତ ବିଭାଗୀୟ ସମନ୍ନ୍‌ୟତାର ଆବଶ୍ୟକତା କିପରି ଜରୁରୀ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହି ବାଲ୍ୟ ବିବାହ ନିଷେଧ ପାଇଁ ହାଇସ୍କୁଲ ପିଲାଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରକାଶ କରିଥିଲେ । ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ସଂଯୋଜକ ଅସୀମ ଅମିତାଭ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଜିଲା୍ଲରେ ବାଲ୍ୟ ବିବାହ ନିରାକରଣ ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ସୂଚନା ରଖିଥିଲେ । ୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଗଠନ ନେଇ ରହିଥିବା ଧାର୍ଯ୍ୟ ଲକ୍ଷ୍ୟ ପୁରଣ ପାଇଁ ବାଲ୍ୟ ବିବାହ ମୁକ୍ତ ଗ୍ରାମଘୋଷଣା ପାଇଁ ଥିବା ବିଧି ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ଉପସ୍ଥାପନ କରିଥିଲେ । ଗ୍ରାମସଭା ମାନଙ୍କରେ ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନ କରାଯିବା ପାଇଁ ମତ ପ୍ରକାଶ ପାଇଥିଲା । ବାଲ୍ୟ ବିବାହ ନିଷେଧ ସଚେତନତା ନେଇ ରେଡ଼ିଓ ବୁଲବୁଲ୍ ଜରିଆରେ ପ୍ରସାର କରାଯାଉଥିବା ବିଜ୍ଞାପନ ବୈଠକରେ ପରିବେଷଣ କରାଯାଇଥିଲା । ସଂପୃକ୍ତ ବିଭାଗୀୟ ଅଧିକାରୀ, ସିଡ଼ିପିଓ, ଶିଶୁଯତ୍ନ ଅନୁଷ୍ଠାନମାନଙ୍କର କର୍ମକର୍ତ୍ତା ପ୍ରଭୃତି ଏହି ବୈଠକରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.