Home ଜିଲ୍ଲା ପରିକ୍ରମା ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସମ୍ପାଦକ , ତଥା ଡେପୁଟି ଜେନେରାଲ ମ୍ୟାନେଜର...

ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସମ୍ପାଦକ , ତଥା ଡେପୁଟି ଜେନେରାଲ ମ୍ୟାନେଜର ଅଶ୍ୱିନୀ ନାୟକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନାସଭା

19

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସମ୍ପାଦକ ତଥା ଡେପୁଟି ଜେନେରାଲ ମ୍ୟାନେଜର ଅଶ୍ୱିନୀ କୁମାର ନାୟକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀ ନାୟକ ୧୯୮୧ ମସିହାରେ କିରାଣୀ ଭାବେ ଚାକିରୀ ଜୀବନ ଆରମ୍ଭ କରି ବ୍ୟାଙ୍କର ସମ୍ପାଦକ, ଆଡିମିନିଷ୍ଟ୍ରେଟିଭ୍ ଅଫିସର, ଆଗରପଡା, ଭଣ୍ଡାରିପୋଖରୀ ଶାଖା ପରିଚାଳକ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ । ପରେ ବ୍ୟାଙ୍କର ଡେପୁଟି ମ୍ୟାନେଜର ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ । ସେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମବାୟ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଶ୍ରୀଯୁକ୍ତ ନାୟକଙ୍କୁ ବିଦାୟ ଦେବା ଅବସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବ୍ୟାଙ୍କ ସମ୍ପାଦକ ଆଦିତ୍ୟ ପ୍ରସାଦ ପତି, ନିର୍ଦ୍ଦେଶକ ଅଜୟ କୁମାର ସାମଲ, ଜିଲ୍ଲା ବ୍ୟାଙ୍କ ଶାଖା ଗୁଡ଼ିକର ଶାଖା ପରିଚାଳକ, ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘର ସମ୍ପାଦକ ତଥା ଏଜିଏମ୍ ହିମାଂଶୁ ଶେଖର ଦାଶ ବିଦାୟୀ ଅଧିକାରୀ ଶ୍ରୀଯୁକ୍ତ ନାୟକଙ୍କ ଗୁଣଗାନ କରିଥିଲେ । ପରେ ବିଭିନ୍ନ ବ୍ୟାଙ୍କ ଶାଖା ପକ୍ଷରୁ ତଥା ଚାନ୍ଦବାଲି ଶାଖା ପରିଚାଳକ ଗୁରୁପ୍ରସାଦ ମିଶ୍ର, ବନ୍ତ ଶାଖା ପରିଚାଳକ ରାମନାରାୟଣ ମହାନ୍ତି, ଧାମନଗର ଶାଖା ପରିଚାଳକ ବିଚିତ୍ରାନନ୍ଦ ସରହୁ, ଆଗରପଡ଼ା ଶାଖା ପରିଚାଳକ ସୁ।।ନ୍ତ କୁମାର ନାୟକ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.