Home ଜାତୀୟ ବାଜପେୟୀ ସରକାର ଆମ ରୋଷେଇ ଘର ଯାଏଁ ଯାଇନଥିଲା -ଆଜାଦ

ବାଜପେୟୀ ସରକାର ଆମ ରୋଷେଇ ଘର ଯାଏଁ ଯାଇନଥିଲା -ଆଜାଦ

174

ଭୁବନେଶ୍ୱର;୦୭,୦୫,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ଦଳିତ ମାନଙ୍କ ଉପରେ ଅତ୍ୟାଚାର ହେଉ ନଥିଲା।ଏବଂ ଏବେକାର ସମୟ ଭଳି ମଁବ ଲିଚିଙ୍ଗ (ଭିଡ଼ ଭିତରେ ହତ୍ୟା ପରି ଘଟଣା) ମଧ୍ୟ ସେବେ ହେଉନଥିଲା।ବାଜପେୟୀ ସରକାର ଆମ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚି ନଥିଲା,ଏବଂ ଏହା ମଧ୍ୟ ଦେଖୁ ନଥିଲା ଯେ ଆମେ କ’ଣ ରୋଷେଇ କରୁଛୁ ବୋଲି ମଧ୍ୟ ଗୁଲାମ ନବୀ ଆଜାଦ କହିଛନ୍ତି।ସାଂପ୍ରଦାୟିକ ଘଟଣା,ଦଳିତଙ୍କ ଉପରେ ଅତ୍ୟାଚାର ଘଟଣା ଆଦିକୁ ନେଇ ବାଜପେୟୀ ସରକାର ସହ ମୋଦୀ ସରକାରଙ୍କୁ ତୁଳନା କରି ଆଜାଦ ଏହିପରି ଆକ୍ଷେପ କରି କହିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.