Home କେନ୍ଦୁଝର ବାଇକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

ବାଇକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

381

ହାଟଡିହି -୧୬ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶଙ୍ଖୋ ଗ୍ରାମର ଭୋଳା ନାଥ ଶଙ୍ଖୁଆଙ୍କ ପୁଅ ପ୍ରିତୀମୋହନ ଶଙ୍ଖୁଆ (୨୫)ଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ପ୍ରିତୀ ବାଙ୍ଗାଲୋରକୁ ଯିବାକୁ ଗତ ୧୩ତାରିଖ ଟ୍ରେନ ଟିକେଟ କାଟିବା ପାଇଁ ସକାଳ ୫ଟାବେଳେ ସେ ବାଇକଧରି ଯାଜପୁରରୋଡ ଯାଉଥିବାବେଳେ ଡିମିରିଆ ନିକଟରେ ବାଇକଟି ଖସଡି ଯିବାରୁ ସେ ତଳେ ପଡିଯାଇଥିଲେ ।ଫଳରେ ଗୁରୁତର ଆହତ ହୋଇପଡିଥିଲେ । ୧୦୮ ଆମ୍ବୁଲାନ ଯୋଗେ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବାବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁରେ ସମଗ୍ର ଶଙ୍ଖୋ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.