Home ଜିଲ୍ଲା ପରିକ୍ରମା ବାଇକ ଦୁର୍ଘଟଣାରେ ଜଣେ ମୃତ

ବାଇକ ଦୁର୍ଘଟଣାରେ ଜଣେ ମୃତ

13

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ୍ର ଶଶିକାଦେଇପୁର ବିଦ୍ୟାଳୟ ଠାରେ ଜଣେ ବାଇକ ଆରୋହୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ପ୍ରାପ୍ତ ଖବରରୁ ଜଣାଯାଇଛି ଦୋସିଙ୍ଗା ପଂଚାୟତ ଅଧିନସ୍ଥ ସାବିତ୍ରୀ ସରାଇ ଗ୍ରାମର କାଳନ୍ଦୀ ପରିଡା(୫୦) ନିଜ ବାଇକ ଯୋଗେ ବାସୁଦେବପୁର ରୁ ଧାମରା ଫେରୁଥିଲେ । ଶଶିକାଦେଇ ପୁର ବିଦ୍ୟାଳୟ ଠାରେ ଥିବା ଏକ ଲୁହା ବୋର୍ଡ(ଷ୍ଟପ ବୋର୍ଡ) କୁ କାଳନ୍ଦୀ ଧକ୍କା ଦେଇ ତଳେ ପଡିଯାଇଥିଲେ ।କାଳନ୍ଦୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ପ୍ରଥମେ କାଳନ୍ଦୀକୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅବସ୍ଥା ସଂକଟାପର୍ଣ ହେବାରୁ କଟକ ବଡ ମେଡିକାଲକୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.