Home କେନ୍ଦୁଝର ବାଇକ ଦୁର୍ଘଟଣାରେ ଆହତ ଛାତ୍ରଙ୍କ ମୃତ୍ୟୁ

ବାଇକ ଦୁର୍ଘଟଣାରେ ଆହତ ଛାତ୍ରଙ୍କ ମୃତ୍ୟୁ

455

ହାଟଡ଼ିହି, ୧୫/ ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ) ବାଇକ ଦୁର୍ଘଟଣାରେ ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କରଗୋଳା ଗ୍ରାମର ଜଣେ ମେଧାବୀ ଡାକ୍ତରୀ ଛାତ୍ର ଅଲେଖ ନିରଞ୍ଜନ ଓଝାଙ୍କ ମୃତ୍ୟୁ ଘଟିଛି । ନିରଞ୍ଜନ ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜର ଶେଷ ବର୍ଷର ଛାତ୍ର । ଗତ ସେପ୍ଟେମ୍ବର ମାସ ୧୯ତାରିଖ ଦିନ ଏକ ବାଇକ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ହୋଇଥିଲେ । ୍‌ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନଘଟିବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେ ଜଣେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତାଙ୍କ ଚିକିତ୍ସା ପାଇଁ ଗାଁ ଲୋକେ, ସହପାଠୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସାହାଯ୍ୟର ହାତ ବଢ଼ାଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଙ୍କ ଶତଚେଷ୍ଟା ତାଙ୍କୁ ବଞ୍ଚାଇ ପାରିନଥିଲା  । ଆଜି ସକାଳ ୫ଟାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ହିଁ ତାଙ୍କର ଜନ୍ମଦିନ ଥିଲା । ଅକ୍ଟୋବର ୧୫ ସକାଳ ୫ଟାରେ ହିଁ ସେ ଜନ୍ମ ହୋଇଥିଲା ବୋଲି ତାଙ୍କ ବାପା କହିଛନ୍ତି । ତାଙ୍କର ପରଲୋକ ଖବର ପାଇ ଅନେକ ଗ୍ରାମବାସୀ କଟକ ବଡଡାକ୍ତରଖାନାରେ ପହଞ୍ଚିଥିଲେ । ତାଙ୍କର କିଛି ଅଙ୍ଗଦାନ କରିବାକୁ ଇଛା ପ୍ରକାଶ କରିଥିଲେବି ଦୀର୍ଘଦିନ ହେବ ଆଇସିୟଚ ରେ ରହିଥିବାରୁ ଅଙ୍ଗଦାନ ହୋଇପାରିବ ନାହିଁ ବୋଲି ଡାକ୍ତରମାନେ ମନା କରିôତଲେ । ତାଙ୍କ ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯିବାପରେ ବୈତରଣୀ ନଦୀ କୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.