Home ଓଡ଼ିଶା ବଲେରୋ ଧକ୍କାରେ ୨ ମୋଟରସାଇକେଲ ଆରୋହୀଙ୍କର ମୃତ୍ୟୁ, ଉତ୍ୟକ୍ତ ଲୋକେ ଗାଡି ପୋଡ଼ିଲେ

ବଲେରୋ ଧକ୍କାରେ ୨ ମୋଟରସାଇକେଲ ଆରୋହୀଙ୍କର ମୃତ୍ୟୁ, ଉତ୍ୟକ୍ତ ଲୋକେ ଗାଡି ପୋଡ଼ିଲେ

510

ମାଲକାନଗିରି, ୧୫ା୪ (ଓଡିଆ ପୁଅ ) ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା ପୋଟେରୁ ଫାଣ୍ଡି ନିକଟ ବଦଲି ଗ୍ରାମ ଛକ ଠାରେ ବଲେରୋ ଧକ୍କାରେ ମଟର ସାଇକେଲ ଆରୋହୀ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ବଲେରୋ ଗାଡିରେ ନିଆଁ ଲଗାଇ ପୋଡି ଦେଇଛନ୍ତି। ଆଜି ସନ୍ଧ୍ୟାରେ ପୋଟେରୁ ନିକଟ ଏମପିଭି ୧୩ ଓ ଏମଭି ୬୫ ଗ୍ରାମର ଦୁଇଜଣ ଯୁବକ ଓଡି ୩୦ ଏ ୯୦୦୩ ନମ୍ବର ମୋଟର ସାଇକେଲରେ ନିଜ ଗାଁକୁ ଯାଉଥିବା ବେଳେ କାଲିମେଳା ଆଡୁ ଆସୁଥିବା ଓଡି ୩୦ ସି ୧୮୯୮ ନମ୍ବର ବଲେରୋ ଗାଡି ବଦଲି ଛକ କଲଭର୍ଟ ନିକଟରେ ସେମାନଙ୍କୁ ଧକ୍କା ଦେବାରୁ ଦୁଇଜଣ ଯୁବକ ରାସ୍ତାକୁ ଛିଟିକି ପଡି କଲଭର୍ଟ ଦେହରେ ବାଡେଇ ହୋଇ କଲଭର୍ଟତଳକୁ ଖସିପଡିଥିଲେ। ବଲେରୋ ଗାଡିଟି ଏକ ଗଛରେ ବାଡେଇ ହୋଇ ଅଟକି ଯାଇଥିଲା।

ସଙ୍ଗେ ସଙ୍ଗେ ପୋଟେରୁ ବଜାରରୁ ଯୁବକମାନେ ଘଟଣା ସ୍ଥଳରେ ପହଁଚି କଲଭର୍ଟ ତଳୁ ଯୁବକ ଦୁଇଜଣଙ୍କୁ ଉଦ୍ଧାରକରି ବାହରକୁ ଆଣି ଥିଲେ। ସେମାନଙ୍କୁ ବାହରକୁ ଆଣି ଦେଖିଲା ବେଳକୁ ଦୁଇଜଣଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଦୁଇ ଯୁବକଙ୍କର ମୃତ୍ୟୁ ହେବା ଦେଖି ଲୋକମାନେ ଉତ୍ୟକ୍ତ ହୋଇଯାଇ ଦୁର୍ଘଟଣା ଘଟାଇଥିବା ବଲେରୋ ଗାଡିଟିକୁ ନିଆଁଲଗାଇ ପୋଡିଦେଇ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ପୋଟେରୁ ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ନିଆଁ ଲାଗିଥିବା ଗାଡଟିକୁ ଲିଭାଇବାକୁ ଚେଷ୍ଟାକରି ଉତ୍ତେଜିତ ଲୋକମାନଙ୍କୁ ବୁଝାଇଥିଲେ ମଧ୍ୟ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଗିରଫ କରିବା ଓ ମୃତ ୨ ଯୁବକ ପରିବାରଙ୍କୁ ଉପଯୁକ୍ତ କ୍ଷତିପୁରଣ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଲୋକମାନେ ପୁଲିସକୁ କହି ରାତ୍ର ୮ଟା ପର୍ଯ୍ୟନ୍ତ ରାସ୍ତାରୁ ଉଠି ନଥିଲେ। ଯାହା ଫଳରେ କି ମାଲକାନଗିରି କାଲିମେଳା ମୋଟୁକୁ କୌଣସି ଯାନବାହନ ଚଳାଚଳ କରି ନପାରି ପୋଟେରୁ ରାସ୍ତାର ଦୁଇପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା। କାଲିମେଳା ଥାନା ପୋଟେରୁ ପୁଲିସ ଘଟଣା ସ୍ଥଳରେ ରହି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଆନ୍ଦୋଳନକାରୀଙ୍କୁ ବୁଝାଉଥିବାର ଦେଖିବାକୁ ମିଳିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.