Home ଓଡ଼ିଶା ବଲାଙ୍ଗୀରରେ ବସ ଚଳାଚଳକୁ ବିରୋଧ କରି ଉତେଜନା, ଡ୍ରାଇଭରକୁ ଗୁଳିମାଡ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଲାଙ୍ଗୀରରେ ବସ ଚଳାଚଳକୁ ବିରୋଧ କରି ଉତେଜନା, ଡ୍ରାଇଭରକୁ ଗୁଳିମାଡ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

480

ବଲାଙ୍ଗୀର ୧୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ରୁ ବଲାଙ୍ଗୀର ଦେଇ ଭୁବନେଶ୍ୱରକୁ ସିଧା ଏକ ଘରୋଇ ଦ୍ରୁତ ଗାମୀ ବସ ଗତ ୯ ତାରିଖରୁ ଚାଲିବା ଆରମ୍ଭ କରିଥିବା ବେଳେ ଆଜି ଉକ୍ତ ବୁଲବୁଲ ବସକୁ ଚଳା ଚଳ ବନ୍ଦ କରିବା ନେଇ ବଲାଙ୍ଗୀର ରେ ଗଣ୍ଡଗୋଳ ହୋଇ ଥିବା ଜଣାଯାଇଛି। ପ୍ରକାଶ ଯେ ବଲାଙ୍ଗୀର ବସ ମାଲିକ ସଙ୍ଘର କିଛି କର୍ଯ୍ୟକର୍ତା ରାତି ୧୧ ଟା ସମୟରେ ପ୍ରାୟ ୨୦ ଜଣ ଟିଟିଲାଗଡ଼ ପଟୁ ଆସୁଥିବା ବୁଲବୁଲ ବସକୁ ଦେଓଗାଁ ଠାରେ ଫୋନ ଯୋଗେ ଧମକ ଦେଇ ଅଟକ ରଖିଥିଲେ। ଫଳରେ ଟିଟିଲାଗଡ଼ରୁ କଟକ ଯାଉଥିବା ବୁଲବୁଲ ଘଣ୍ଟାଶୁଣି ନାମକ ବସର ଯାତ୍ରୀଙ୍କୁ ଓଲ୍ହାଇ ଉକ୍ତ ବସ ମାଲିକଙ୍କ ଆଉ ଏକ ବୁଲବୁଲ ରୋୟାଲ ଯାହାକି ନର୍ଲାରୁ କଟକ ତୁସୁରା ଦେଇ ଯାଇଥାଏ ଦେଓଗାଁ ଠାରୁ ଯାତ୍ରୀଙ୍କୁ ବସେଇଥିଲେ। ଉକ୍ତ ବସକୁ ବଲାଙ୍ଗୀର ବେସରକାରୀ ବସଷ୍ଟାଣଠାରେ୍ ପୂର୍ବରୁ ଜଗିରହିଥିବା ଗାଡିଚାଳକ ସଙ୍ଘ ର କର୍ମକର୍ତ୍ତା ଅଟକେଇ ବସ ର ମ୍ୟାନେଜର ଓ ଡ୍ରାଇଭର, କଣ୍ଡକ୍ଟର କୁ ଆକ୍ରମଣ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉତ୍ତେଜନା ସମୟରେ କେହି ଜଣେ ଫାଙ୍କା ଗୁଳି ଚାଳନା କରିଥିବା ବେଳେ ବସ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇ ଥିଲେ। ବଲାଙ୍ଗିର ପୋଲିସ ସୂଚନା ପାଇ ପରିସ୍ଥିତି ନିୟନ୍ତ୍ରଣ କରିଥିବା ବେଳେ ଅନ୍ୟ ଏକ ଡ୍ରାଇଭର ଦେଇ ଯାତ୍ରୀ ଙ୍କୁ ପୋଲିସ ପଠେଇ ଥିବା ବେଳେ ପୋଲିସ ଏକ ମାମଲା ଦାୟର କରିଥିବା ସୂଚନା ମିଳିଛି। ଟିଟିଲାଗଡ଼ ରୁ ଭୁବନେଶ୍ୱର, କଟକ କୁ ଏକ ସରକାରୀ ବସ ଚଳାଚଳ ନ ହେବା କିମ୍ବା କୌଣସି ଘରୋଇ ବସ ନ ଚାଲୁଥିବା ବେଳେ ଏ ନେଇ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆ ନ ଯିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି।

Exif_JPEG_420

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.