Home ଜିଲ୍ଲା ପରିକ୍ରମା ବଲାଙ୍ଗିବନ୍ଧ ପାର୍କକୁ ଉଚ୍ଚକୋଟିର କରିବା ଚିନ୍ତାରେ ଅରୁଣ

ବଲାଙ୍ଗିବନ୍ଧ ପାର୍କକୁ ଉଚ୍ଚକୋଟିର କରିବା ଚିନ୍ତାରେ ଅରୁଣ

229

ନୟାଗଡ଼, ୨୩ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କଟକ ଚିନ୍ତା ବାଇମୁଣ୍ଡିକି ପରି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ଏବେ ବଲାଙ୍ଗିବନ୍ଧ ପାର୍କ ଚିନ୍ତା ଘାରିଛି। ବଲାଙ୍ଗିବନ୍ଧ ପାର୍କ କିପରି ରାଜ୍ୟରେ ଏକ ଆଖି ଦୃଶିଆ ଓ ଉଚ୍ଚକୋଟିର ପାର୍କ ହେବ ସେଥିପାଇଁ ତାଙ୍କ ଆଖିରୁ ନିଦ ହଜି ଯାଇଛି। ଏହାର ଅଗ୍ରଗତି ନେଇ ବିଧାୟକ ଡ. ଅରୁଣ କୁମାର ସାହୁ ନିତି ପ୍ରତିଦିନ ବଲାଙ୍ଗିବନ୍ଧକୁ ଆସୁଥିବାବେଳେ କେତେବେଳେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀତ ଆଉ କେତେବବେଳେ ବବିଷ୍ଠ ନାଗରିକଙ୍କୁ ନେଇ ପାର୍କର ଗଠନ ଶୈଳୀ ଉପରେ ଆଲୋଚନା କରୁଥିବାବେଳେ ବୁଧବାର ଜଙ୍ଗଲ ଓ ପରିବେଶ ସଚିବ ସୁୂରେଶ ଚନ୍ଦ୍ର ମହାପାତ୍ରଙ୍କୁ ନେଇ ବଲାଙ୍ଗିବନ୍ଧ ପାର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ତେବେ ଖାଲି ଯେ ବଲାଙ୍ଗିବନ୍ଧ ପାର୍କ ଚିନ୍ତା କାହିଁକି ନୟାଗଡ଼ର ବିକାଶ ଉପରେ ସେ ସମ୍ପୁର୍ଣ୍ଣ ନିଜର ମନୋନିବେଶ କରିଦେଇଛନ୍ତି। ବିଧାନସଭା ନିର୍ବାଚନ ଆଉ ମାତ୍ର କେତେଟା ମାସ ବାକି ଥିବାବେଳେ ନିର୍ବାଚନକୁ କେମିତି ସାମନା କରିବେ ସେଥିକି ଭୃକ୍ଷେପ ନକରି ନୟାଗଡ଼ର କେମିତି ବିକାଶ ହେବ ସେହି ଚିନ୍ତାରେ ଏବେ ସେ ମାତି ଯାଇଛନ୍ତି। ‘ମୋପାଇଁ ବଡ଼ ମୋ ନୟାଗଡ’ÿ ନୀତିକୁ ଗଳାର ମାଳ କରି ଏବେ ସେ ନିଜକୁ ସମର୍ପଣ କରିଦେଇଛନ୍ତି ନୟାଗଡ଼ ମାଟି ପାଇଁ। ଯାହାକି ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ବଲାଙ୍ଗିବନ୍ଧ ପାର୍କ ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ନେଇ ତାଙ୍କର ମନୋନିବେଶରୁ ବେଶ୍ ସ୍ପଷ୍ଟ ହୋଇଯାଇଛି। ନୟାଗଡ଼ର ବଲାଙ୍ଗିବନ୍ଧ ପାର୍କ କେମିତି ସାରା ଓଡ଼ିଶାରେ ଆଖି ଦୃଶିଆ ହେବ ତାହା ଅରୁଣଙ୍କୁ ଏବେ ପାଗଳ କରିଦେଇଛି। ନିଜକୁ ଏକାକାର କରିଦେଇଛନ୍ତି ପାର୍କ ନିର୍ମାଣର ଅଗ୍ରଗତି ଉପରେ। ନିତି ପ୍ରତିଦିନ ସକାଳୁ ସକାଳୁ ଅରୁଣଙ୍କୁ ଏବେ ବଲାଙ୍ଗିବନ୍ଧରେ ଦେଖିବାକୁ ମିଳୁଛି। କେତେେବେଳ ନିଜେ ଯାଇ ପାର୍କ ନିର୍ମାଣର ଅଗ୍ରଗତି କେମିତି ଚାଲିଛି ସମିକ୍ଷା କରୁଥିବାବେଳେ କେତେବେଳେ ବରିଷ୍ଠ ନାଗରିକ ତ ଆଉ କେତେବେଳେ ଜିଲ୍ଳା ପ୍ରଶାସନର ମୁଖ୍ୟ ତ ଆଉ କେତେବେଳେ ବିଭାଗୀୟ ଅଧିକାରୀମାନଙ୍କୁ ଧରି ବଲାଙ୍ଗିବନ୍ଧ ପାର୍କର ନିର୍ମାଣ କାର୍ଯ୍ୟର ବିଭିନ୍ନ ଦିଗ ଉପରେ ତର୍ଜମା କରୁଥିବା ଦେଖିବାକୁ ମିଳୁଛି। ଆଗକୁ ନିର୍ବାଚନ ଅଛି ସେଥିପ୍ରତି ଚିନ୍ତା ନକରି ତାଙ୍କର ଏପରି କଠୋର ପରିଶ୍ରମର କାରଣ ଓ ମୋ ନୟାଗଡ଼ ମୋପାଇଁ ବଡ଼ର ସ୍ଲୋଗାନରେ ପଚାରିବାରେ ସେ କୁହନ୍ତି ସମୂହ ବିକାଶର ଚିନ୍ତାରେ ମନୋନିବେଶ କରୁଥିବା ଲୋକ କେତେବେଳେ ନିଜ କଥା ଚିନ୍ତା କରିବାକୁ ସମୟ ପାଏ ନାହିଁ। କଠୋର ପରିଶ୍ରମ କେବେ ବ୍ୟର୍ଥ ହେବାକୁ ଦିଏନି। ଚିନ୍ତା ସତ୍ ଥିଲେ ସୁଫଳ ମିଳିବ ହିଁ ମିଳିବ। ମୁଁ ଯଦି ଲୋକମାନଙ୍କ ଚିନ୍ତା କରୁଥିବି ତେବେ ଲୋକମାନେ ମୋ ଚିନ୍ତା ନିଶ୍ଚୟ କରିବେ ବୋଲି ଅରୁଣ ଦୃଢୋକ୍ତି ପ୍ରକାଶ କରିଥିଲେ। ସତକୁ ସତ ଅରୁଣଙ୍କ ବଲାଙ୍ଗିବନ୍ଧ ଚିନ୍ତା କାହିଁକି ନୟାଗଡ଼ର ବିକାଶର ଚିନ୍ତାକୁ ନେଇ ସେ ଯେତିକି ବ୍ୟସ୍ତ ଓ ବିବ୍ରତ ତାଙ୍କର କଠୋର ପରିଶ୍ରମ, ନିଷ୍ଠା ଓ ଲୋକପ୍ରିୟତାକୁ ନେଇ ଏବେ ସବୁ ମହଲରେ ସେ ଚର୍ଚ୍ଚିତ। ନିଜର ନିର୍ବାଚନ ମଣ୍ଡଳୀ ଗସ୍ତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ପାଇଁ ଯେମିତି ନିଜକୁ ଦିନରାତି ଏକାକାର କରିଦେଇଛନ୍ତି। ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ନିଜର କାର୍ଯ୍ୟସୂଚୀ ଲୋକମାନଙ୍କ ପାଇଁ ଖୋଲା କରି କାର୍ଯ୍ୟସୂଚୀ ମତେ ଲୋକମାନଙ୍କ ସୁବିଧା ଅସୁବିଧାକୁ ବୁଝିବାକୁ ଜୀବନର ଏକ ବ୍ରତ ଭାବେ ଧରିନେଇଛନ୍ତି। ଦିନକୁ ପ୍ରାୟ ଷୋଳ ସତର ଘଂଟା ବିଭିନ୍ନ ଅଂଚଳ ଗସ୍ତ କରି ମୋଟାମୋଟି ଦଶ ପନ୍ଦରଟି ସ୍ଥାନ ବୁଲି ଲୋକମାନଙ୍କ ପାଖରେ ଠିଆ ହେବା ଅରଣକୁ ଅଧିକ ଚର୍ଚ୍ଚିତ କରିପକେଇଛି। ଦିନେ ନୁହେଁ କି ଦି’ଦିନ ନୁହେଁ ଜଣେ ଦୈନିକ ଏପରି ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା, ଲୋକଙ୍କ ସୁବିଧା ଅସୁବିଧାରେ ଠିଆହେବା ଏପରିକି ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟର ସମୀକ୍ଷା କରି ବିକାଶର କାର୍ଯ୍ୟଧାରାକୁ ଅଗ୍ରଗତି କରାଇବାରେ ତାଙ୍କର କର୍ମକୁଶଳତାକୁ ନେଇ ଯେତିକି ଚର୍ଚ୍ଚିତ ସେତିକି ପ୍ରଶଂସିତ। ଲଗାତର ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅରୁଣଙ୍କର ଲୋକପ୍ରିୟତା ମଳିନ ପଡ଼ିବା ବଦଳରେ ଏପରି କାର୍ଯ୍ୟକୁଶଳତାକୁ ନେଇ ନୟାଗଡ଼ରେ ଏବେ ବି ଅରୁଣ ନଂ ୧ ବୋଲି ଆଲୋଚନା ହେଉଥିବା ତାଙ୍କ ପାଇଁ ଆଉ ଏକ ଟର୍ଣ୍ଣିଂ ପଏଂଟ ବୋଲି କୁହାଯାଏ। ନୟାଗଡ଼ ଜିଲ୍ଳାରେ ୪ଟି ନିର୍ବାଚନ ମଣ୍ଡଳୀ ନୟାଗଡ଼, ଦଶପଲ୍ଲା, ରଣପୁର ଓ ଖଣ୍ଡପଡ଼ାରେ ଏବେ ବିଜେଡି ର ନେତୃତ୍ୱମାନେ ପ୍ରତିନିଧିତ୍ୱ କରୁଛନ୍ତି। ରଣପୁରରେ ବିଜେଡିର ରବିନାରାୟଣ ମହାପାତ୍ର, ଦଶପଲ୍ଲାରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ନାୟକ, ଖଣ୍ଡପଡ଼ାରେ ବିଜେଡିର ଅନୁଭବ ପଟ୍ଟନାୟକ ଓ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଡ.ଅରୁଣ କୁମାର ସାହୁ ପ୍ରତିନିଧିତ୍ୱ କରୁଛନ୍ତି। ତେବେ ନୟାଗଡ଼କୁ ଛାଡ଼ିଦେଲେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଯେପରି ବିଧାୟକମାନଙ୍କର କାର୍ଯ୍ୟଶୈଳୀ ତରିକା ଯାହା ନୟାଗଡ଼ ବିଧାୟକ ଡ. ସାହୁଙ୍କର ‘ମୋ ନୟାଗଡ଼ ମୋପାଇଁ ବଡ଼’ର କାର୍ଯ୍ୟଶୈଳୀର ତରିକାକୁ ନେଇ ରାଜନୈତିକ ମହଲରେ ସେ ବେଶ୍ ଚର୍ଚ୍ଚିତ ହୋଇପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.