Home ଓଡ଼ିଶା ବନ୍ଧୁଗାଁ କେନ୍ଦ୍ରରେ ପ୍ରଶ୍ନପତ୍ର ଭାଇରାଲ

ବନ୍ଧୁଗାଁ କେନ୍ଦ୍ରରେ ପ୍ରଶ୍ନପତ୍ର ଭାଇରାଲ

588

କୋରାପୁଟ ୨୨-୦୨(ଓଡିଆପୁଅ /ରଂଜନ କୁମାର ଦାସ) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କୋରାପୁଟ ଜିଲାର ୬୬ଟି କେନ୍ଦ୍ରରେ ଆରମ୍ଭ ହୋଇଛି। ବନ୍ଧୁଗାଁ ବ୍ଲକ ହାଇସ୍କୁଲ କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ ହେବା ଘଟଣା ଚର୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପରେ ସବଜେକ୍ଟିଭ୍ ବିଷୟର ୧୨ ମାର୍କର ଦୁଇଟି ପ୍ରଶ୍ନ ପରୀକ୍ଷା କେନ୍ଦ୍ର ବାହାରେ ମୋବାଇଲ ଫୋନରେ ଘୁରି ବୁଲିବା ଆରମ୍ଭ ହୋଇ ଯାଇଥିବାବେଳେ ସମସ୍ତେ କିପରି ନିଜ ପିଲାଙ୍କ ପାଖକୁ ଉତର ପଠାଇବେ ଲାଗି ପଡିଥିଲେ। ପରୀକ୍ଷା କେନ୍ଦ୍ର ବାହାରେ ପ୍ରଶ୍ନ ଘୁରି ବୁଲିବା ଜାଣି ମଧ୍ୟ ପରୀକ୍ଷକ କିମ୍ବା କେନ୍ଦ୍ର ଅଧୀକ୍ଷକ ଲାଚାର ହୋଇ ପଡିଥିଲେ। ତେବେ ଏପରି ଅଭିଯୋଗକୁ ଜିଲା ଶିକ୍ଷା ଅଧିକାରୀ ଡଃ.ପ୍ରମୋଦ କୁମାର ପଣ୍ଡା ପ୍ରଶ୍ନ ଭାଇରାଲ୍ ଘଟଣା କେବଳ ଗଣମାଧ୍ୟମରୁ ଜାଣିଲି ବୋଲି କହିବା ସହ ତଦନ୍ତ କରାଯିବ ଯଦି ସତ୍ୟତା ଜଣାପଡିବ ତେବେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ପ୍ରଶ୍ନ ବାହାରକୁ ଆସିବା ଅଭିଯୋଗକୁ ଖୋଦ୍ କେନ୍ଦ୍ର ଅଧୀକ୍ଷକ ସ୍ୱୀକାର କରିଛନ୍ତି। ଜଣେ ଅଣଛାତ୍ର ପଛ ପାଖ ପାଚେରୀ ଡେଇଁ ଭିତରକୁ ଆସିଥିଲା ଓ ଝରକା ପାଖରେ ବସିଥିବା ଛାତ୍ରକୁ ଏକ ମୋବାଇଲ୍ ଫୋନ ବଢାଇ ଦେବାପରେ ଛାତ୍ର ଜଣକ ପ୍ରଶ୍ନପତ୍ରର ଫୋଟ ଉଠାଇ ବାହାରକୁ ଫୋଫାଡି ଦେଇଥିଲା ବୋଲି କେନ୍ଦ୍ର ଅଧୀକ୍ଷକ ନଗେନ୍ଦ୍ର କୁମାର ଜେନା ଗଣ ମାଧ୍ୟମ ସମୁଖରେ ପ୍ରକାଶ କରିଛନ୍ତି। ସେହି ସମୟରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବନ୍ଧୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ଉପସ୍ଥିତ ଥିବା କେନ୍ଦ୍ର ଅଧୀକ୍ଷକ କହିଛନ୍ତି। ତେବେ ଏହା ଜାଣିବା ପରେ ମଧ୍ୟ କେନ୍ଦ୍ର ଅଧୀକ୍ଷକ କିମ୍ବା ପର୍ଯ୍ୟବେକ୍ଷକ କାହିଁକି ଚୁପ୍ ରହିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ବନ୍ଧୁଗାଁ ଏକ ମାଓ ପ୍ରବଣ ଅଂଚଳ ହୋଇଥିବାବେଳେ ପରୀକ୍ଷା ପରିଚାଳନା ପାଇଁ ପର୍ଯ୍ୟାପ୍ତ ପୁଲିସ୍ ବ୍ୟବସ୍ଥା ନକରିବା ଓ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ନଲଗାଇବା ଘଟଣାକୁ ବୁଦ୍ଧିଜୀବି ମହଲରେ ତୀବ୍ର ସମାଲୋଚନା କରା ଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.