Home ଓଡ଼ିଶା ବଡ ଭାଇର ଠେଙ୍ଗା ମାଡରେ ସାନ ଭାଇ ମୃତ

ବଡ ଭାଇର ଠେଙ୍ଗା ମାଡରେ ସାନ ଭାଇ ମୃତ

536

ସମ୍ବଲପୁର, ୧୯ା୪(ଓଡ଼ିଆ ପୁଅ)-ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ କୁର୍ମିମୁଣ୍ଡା ଗ୍ରାମରେ ଏକ ଜମିବାଡି ବିବାଦକୁ ନେଇ ବଡ ଭାଇର ଠେଙ୍ଗା ମାଡରେ ସାନ ଭାଇର ଶୁକ୍ରବାର ମୃତ୍ୟୁ ହୋଇଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକର ଶବ ଜବତ କରିଛି। ଏନେଇ ଥାନାରେ ୬୧/୧୯ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ଜମିବାଡି ବିବାଦକୁ ନେଇ କୁର୍ମିମୁଣ୍ଡା ଗ୍ରାମର ସର୍ଦ୍ଦାର ବାଗ ଓ ତାଙ୍କ ସାନ ଭାଇ ପ୍ରଦୀପ ବାଗ(୨୯)ଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିବା ବେଳେ ବଡ ଭାଇ ଏକ ବାଉଁଶ ଠେଙ୍ଗାରେ ସାନ ଭାଇକୁ ଆକ୍ରମଣ କରିଥିଲା। ଏଥିରେ ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ଭାଇବୋହୁ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଏହି ଅଭିଯୋଗରେ ସର୍ଦ୍ଦାର ଓ ତାଙ୍କ ସ୍ତ୍ରୀ ସବିତା ବାଗଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.