Home କେନ୍ଦୁଝର ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

88

ହାଟଡିହି, ୩୧ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ସୋସୋ ଗ୍ରାମରେ ଆଜି ମଧ୍ୟାହ୍ନରେ ବଜ୍ରପାତ ଘଟି ଜଣେ କୃଷି ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଗ୍ରାମର ନାଥ ଯେନା(୫୮) ନାମକ ଜଣେ ବ୍ୟକ୍ତି ଆଜି ଗ୍ରାମର ଜଣେ ଚାଷୀଙ୍କ ବିଲକୁ ତଳା ରୋଇବାକୁ ଯାଇଥିବାବେଳେ ମଧ୍ୟାହ୍ନରେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ହିଁଁ ତାଙ୍କର ମୃତ୍ୟୁ ଘଟିଥିଲା । ଏପରିକି ପାଖରେ କାମ କରୁଥିବା ଆଉ ଜଣେ ଶ୍ରମିକ ବିଶ୍ୱନାଥ ଦାସ ମଧ୍ୟ ଏହି ବଜ୍ରପାତରେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଆଗରପଡା ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଖବରପାଇ ସୋସୋ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି । ମୃତ ନାଥ ଯେନାଙ୍କର ଚାରି ପରାଣି କୁଟୁମ୍ବ ଏବେ ବେସାହାରା ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.