Home ଜିଲ୍ଲା ପରିକ୍ରମା ଫ୍ରେଣ୍ଡସ୍ ଗ୍ରୁପ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫ୍ରେଣ୍ଡସ୍ ଗ୍ରୁପ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

88

ଭଦ୍ରକ ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ୍ ଗ୍ରୁପ୍ ପରିବାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚରମ୍ପାର ବରାଳପୋଖରୀ ଗ୍ରାମରେ ଥିବା ବିଭିନ୍ନ ବିଦ୍ୟାଳୟ, ରାସ୍ତାପାଶ୍ୱର୍, ଅମୃତ ପାର୍କ ଏବଂ ମନ୍ଦିର ପରିସରରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଗଛଗୁଡିକର କିଭଳି ସୁରକ୍ଷା କରାଯିବ, ସେଥିପାଇଁ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା । ସଂଗଠନର ସଭାପତି ରଶ୍ମିରଂଜନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ମୁକ୍ତିକାନ୍ତ ମଲ୍ଲିକ, ସଂପାଦକ ମନୋଜ ରାଉଳ, ସରୋଜ ବାରିକ, ସତ୍ୟଜିତ୍ ବାରିକ, ପ୍ରଦୀପ ସାହୁ, ନଣ୍ଡା ମହାନ୍ତି, ଜଗନ୍ନାଥ ମଲ୍ଲିକ ଓ ଚନ୍ଦନ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.