Home ଓଡ଼ିଶା ଫେରାର ଡକାୟତ ଦଳ ମୁଖ୍ୟ ସହ ସତରଜଣ ଅଭିଯୁକ୍ତ ଗିରଫ: ୩୮ ଲକ୍ଷ ଟଙ୍କା ଓ...

ଫେରାର ଡକାୟତ ଦଳ ମୁଖ୍ୟ ସହ ସତରଜଣ ଅଭିଯୁକ୍ତ ଗିରଫ: ୩୮ ଲକ୍ଷ ଟଙ୍କା ଓ ମାରଣାସ୍ତ୍ର ଜବତ

151

ବଲାଙ୍ଗୀର ୨୭-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦିର୍ଘ ଦିନ ଧରି ନିଜେ ମାଷ୍ଟର ମାଇଣ୍ଡ ସାଜି ଓଡିଶା ରାଜ୍ୟର ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେଳ ଜଂକ୍ସନକୁ କେନ୍ଦ୍ର କରି ଏହି ସହରର ହାଇସ୍କୁଲ ପଡାର ନିଜ ଘରୁ ବିଭିନ୍ନ ରାଜ୍ୟରେ ବିଭିନ୍ନ ଅପରାଧିକ କାର୍ଯ୍ୟ ସମ୍ପାଦନ କରି କୋଟି ପତି ସାଜିପାରି ଥିବା ଜଣେ ବ୍ୟକ୍ତି ଙ୍କୁ ପୋଲିସ ଗିରଫ କରିବା ରେ ସଫଳ ହୋଇଛି। ପ୍ରକାଶ ଯେ ଲୋକନାଥ କୁମ୍ଭାର ଓରଫ ରାଓ ଟିଟିଲାଗଡ ହାଇସ୍କୁଲ ପଡାରେ ରହି ଦୀର୍ଘଦିନ ଧରି ଏକ ସକ୍ରିୟ ରେକେଟ ଚଳାଇ ଆସୁଥିଲେ। ଲୋକନାଥଙ୍କ ପିତା ନାସର କୁମ୍ଭାର ଗତ ୨୫ ବର୍ଷ ହେବ ଟିଟିଲାଗଡ଼କୁ ଆନ୍ଧ୍ର ପ୍ରଦେଶରୁ ଆସି ଏକ ଛୋଟ ଦୋକାନ କରିଥିଲେ। ହେଲେ ପରେ ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ ଆଣି ରାଜ୍ୟ ବାହାରକୁ ଚାଲାଣ କରିବା ସହ ବେଶ ଅର୍ଥ ଉପାର୍ଜନ କରି ଟିଟିଲାଗଡ଼ ରେଳ ଜଂକ୍ସନକୁ କେନ୍ଦ୍ର କରି ଏ କାରବାର କରି କରିବା ରେ ଲାଗି ଲକ୍ଷପତି ସାଜିଥିଲେ। ହେଲେ ତାଙ୍କର ପୁଅ ଲୋକନାଥ ଏକ ସକ୍ରିୟ ରେକେଟ କରି ବିଭିନ୍ନ ଡକାୟତି, ଲୁଟ, ରାହଜ।ନୀ, ପରି ବିଭିନ୍ନ ଅସାମାଜିକ କାର୍ଯ୍ୟକ୍ରମ କରିବା ସହ ନିଜେ ଯୋଜନା କରିବା ସହ କେହି ଗିରଫ ହେଲେ ତାଙ୍କୁ ଜାମିନରେ ଆଣିବା ଠୁ ନେଇ ସେ ଡ଼ନ ସାଜିଥିଲେ। ସତରଟି ମାମଲା ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବେଳେ ଅନେକ ଥର ଜେଲ ମଧ୍ୟ ଯାଇଛନ୍ତି। ଶାସକ ଦଳୀୟ ନେତା ଓ ବିଭିନ୍ନ ପଦାଧିକାରୀ ଙ୍କୁ ହାତ କରି ବେଶ ଏସ ଆରାମ ରେ ଦିନ କାଟୁଥିବା ଏହି ନାସର କୁମ୍ଭାର ଙ୍କ ଏକ ମାମଲାରେ ଗିରଫ ପରବାନା ଜାରି ହୋଇଥିବା ବେଳେ ସଦଳ ବଳେ ଉକ୍ତ ନାସର ଘରେ ଚଢ଼ାଉ କରିଥିଲେ ହେଲେ ସୂଚନା ପାଇ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ତେବେ ଉକ୍ତ ଘରେ ତଦନ୍ତ ବେଳେ ନଗଦ ୩୭ ଲକ୍ଷ ୩୨ ହଜାର ୧୩୦ ଟଙ୍କା ସହ ବିପୁଳ ପରିମାଣର ସୁନା, ରୁପା ଅଳଙ୍କାର ଓ ବିଭିନ୍ନ ମାରଣାସ୍ତ୍ର ସହ ଦୁଇଟି ରିଭଲଭର ଜବତ କରିଥିଲା। ତେବେ ଆଉ କେତେକ ଡକାୟତି ରେ ସମ୍ପୃକ୍ତ ଥିବା ନାସର ର ପୁଅ ନାମରେ ୧୬ ଗୋଟି ମାମଲା ଥିବା ବେଳେ ଦୀର୍ଘ ଦିନରୁ ପୋଲିସ ଗିରଫ କରି ପାରୁ ନ ଥିଲା। ତେବେ ନାସର ର ପୁଅ ଲୋକନାଥ ଓ ତାର ସହଯୋଗୀଙ୍କୁ ଟିଟିଲାଗଡ ଡି, ଏସ, ପି, ଟିଟିଲାଗଡ ଥାନାଧିକାରୀ ଏକ ଦଳ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସତର ଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.