Home ଜିଲ୍ଲା ପରିକ୍ରମା ଫାସରେ ପଡିଥିବା ଭାଲୁକୁ ବନବିଭାଗ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ

ଫାସରେ ପଡିଥିବା ଭାଲୁକୁ ବନବିଭାଗ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ

98

ମାଲକାନଗିରି,୧୫ା ୧୧(ଓଡିଆ ପୁଅ ) ମାଲକାନିଗିରି ଜିଲ୍ଲା ମାଲ୍ୟବନ୍ତ ପର୍ବତ ମଲିକେଶ୍ୱର ମନ୍ଦିର ନିକଟ ଏକ ଚାଷ ଜମିରେ ଲଗାଯାଇ ଥିବା ଫାସରେ ଆଜି ସକାଳେ ଗୋଟିଏ ବିରାଟ ଭାଲୁପଡି ଯାଇଥିଲା, ଏହାକୁ ଦେଖିବାପାଇଁ ସହର ରୁ ଲୋକମାନଙ୍କ ସୁଅ ଛୁଟିଥିଲା । ଏହି ଖବର ପାଇ  ବନବିଭାଗ କର୍ମାଚାରି ମାନେ ସେଠାରେ ପହଁଚି ସେହି ଭାଲୁ କୁ ବହୁକଷ୍ଟରେ ଉଦ୍ଧାରକରି ମାଲ୍ୟବନ୍ତ ପର୍ବତ ନିକଟ ସିନ୍ଧ୍ରୀମାଳ ଜଙ୍ଗଲରେ ଛାଡିଛନ୍ତି । ମାଲକାନଗିରି ଜିଲ୍ଲା ସଦର ମହକୁମା ମଲିକେଶ୍ୱର ପାହଡ ତଳେ ଥିବା ଚାଷଜମିରେ ଧାନ ଫସଲକୁ ପଶୁମାନଙ୍କ ଦାଉରୁ ରକ୍ଷାକରିବା ପାଇଁ କିଏ ଜଣେ ଚାଷି ଏକ ଫାସ ଲଗାଇ ଥିଲେ । ଆଜି ସକାଳେ ସେହି ଫାସରେ ଏକ ବିରାଟ ଜଙ୍ଗଲି ଭାଲୁ ଫସି ଯାଇ ଚିତ୍କାର କରିବାରୁ ଆଖପାଖ ଗ୍ରାମର ଲୋକେ ଓ ସହରବାସି ଜାଣି ସେଠାରେ ପହଁଚି ଏ ସଂପର୍କରେ ବନବିଭାଗକୁ ଜଣାଇବାରୁ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ଦେବଦାସ ମିରେସ ଙ୍କ ନିର୍ଦ୍ଦେଶ କ୍ରମେ ସହକାରି ବନସଂରକ୍ଷକ ଶ୍ରୀକାନ୍ତ ନାୟକ ,ମାଲକାନଗିରି ରେଜଂଅଫିସର ବାସୁଦେବନାୟକ,ବନପାଳ ଦିପଙ୍କର ଶିଉଳୀ,ଦିବାକର ଜେନା, ବନପାଳ ଜଗଦିଶକୁମାର ଦାସ,ବନରକ୍ଷୀ ହୃଶିକେଶପାଣିଗ୍ରାହୀ,ଦିପ୍ତରଜଂନ ନାୟକ,ଅର୍ଜୁନବୁଟେ,ଜଗବନ୍ଧୁ ପାତ୍ର,ପି.ସନ୍ତୋଷକୁମାର ଓ  ପାରାଷ୍ଟାପ  ବନବିଭାଗ  କର୍ମଚାରି ମାନେ ଘଟଣାସ୍ଥଳରେ ପହଁଚି କୌଶଳକ୍ରମେ ଫାସରୁ ଭାଲୁ ଟିକୁ ଉଦ୍ଧାର କରି ଏକ ସ୍ୱତନ୍ତ୍ର ଗାଡିରେ ରେଜଂଅଫିସକୁ ଆଣିଥିଲେ । ରେଜଂଅଫିସରେ ପହଁଚିଲାପରେ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଉକ୍ତ ଭାଲୁର ସ୍ୱାସ୍ଥ୍ୟପରୀକ୍ଷା କରିଥିଲେ । ଉଦ୍ଧାର ହୋଇଥିବା ଭାଲୁଟିର ଓଜନ ପ୍ରାୟ ୧କ୍ୱିଟଂଲରୁ ୨ କ୍ୱିଟାଂଲ ହେବ,ତାର ବୟସ ପ୍ରାୟ ୧୨ବର୍ଷମଧ୍ୟରେ ହେବ ବୋଲି ବନବିଭାଗ ସୁତ୍ରରୁ ଜଣାପଡିଛି ।  ଏହି ଭାଲୁଟି କୁ ବନବିଭାଗ ଉଦ୍ଧାର କରିନଥିଲେ ଗ୍ରାମର କତେ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଇଥାନ୍ତା । ସୁଚନା ଯୋଗ୍ୟ ଯେ ଗତ ମାସ ୨ତାରିଖରେ ଏକ ଜଙ୍ଗଲି ବାରହା ଗ୍ରାମରେ ପ୍ରବେସ କରି ଜଣେ ଯୁବକକୁ ଆକ୍ରମଣ କରିଥିଲା । ସେ ଯୁବକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନରେ ଚିକିତ୍ସିତ ହୋଇଥିଲେ । ଗତ ୨୦୧୨ମସିହାରେ ମାଲକାନଗିରି ଜିଲ୍ଲା ଏମଭି୨ଗ୍ରାମରେ ଭାଲୁପ୍ରବେସ କରି ୫ଜଣଙ୍କୁ ଆକ୍ରମଣ କରିଥିଲା,ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିର ମୃତ୍ୟୁଘଟିଥିଲା । ମାଲକାନଗିରି ଜିଲ୍ଲାରେ ଧିରେ ଧିରେ ଜଙ୍ଗଲ ନଷ୍ଟହେଉଥିବାରୁ ଜଙ୍ଗଲରେ ରହୁଥିବା ପଶୁମାନେ ଏବେ ସହରମୁଖା ହୋଇଛନ୍ତି ।ଗତ କିଛି ମାସତଳେ କିଛି ଭାଲୁ ମାଲକାନଗିରି ସହରରେ ପ୍ରବେସ କରି ଦୋକାନବଜାର ଭାଙ୍ଗିଦେବାସହିତ କିଛି ଲୋକଙ୍କୁ ଆକ୍ରମଣ କରି ଆହତ କରିଥିଲେ । ସେହି ଭାଲୁ ମାନଙ୍କୁ ବନବିଭାଗ ଧରି ଦୁରରେ ଥିବା ଜଙ୍ଗଲରେ ନେଇଛାଡିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.