Home ଅପରାଧ ପ୍ରେମିକର ଆଖି ଫୁଟାଇବା ଘଟଣା ପରେ ପ୍ରେମିକାକୁ ଅପହରଣ ଅଭିଯୋଗ

ପ୍ରେମିକର ଆଖି ଫୁଟାଇବା ଘଟଣା ପରେ ପ୍ରେମିକାକୁ ଅପହରଣ ଅଭିଯୋଗ

113

ପୁଲିସ କହିଲା ମିଥ୍ୟା ଅଭିଯୋଗ:ଯୁବତୀ ପୁଲିସ ତତ୍ୱାବଧାନରେ
ଭୁବନେଶ୍ୱର;୩୧,ଅଗଷ୍ଟ(ଓଡ଼ିଆ ପୁଅ)- :ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଗ୍ରାମରେ ପ୍ରେମକୁ ନେଇ ଘଟିଥିବା ଗଣ୍ଡଗୋଳ ଘଟଣାରେ ପ୍ରେମିକକୁ ମାଡ଼ ମାରି ଆଖି ଫୁଟାଇବା ଘଟଣା ପରେ ଏବେ ପ୍ରେମିକାକୁ ଅପହରଣ କରାଯାଇଥିବା ଅଭିଯୋଗ ଉଠିଛି।ତେବେ ଏପରି ଅଭିଯୋଗକୁ ଜଙ୍କିଆ ପୁଲିସ ଖଣ୍ଡନ କରିଛି।

ଗୋଳବାଇ ଗ୍ରାମର ବୁଦ୍ଧେଶ୍ୱର ବେହେରାଙ୍କର ପୁଅ ବିଶ୍ୱଜିତ ଏବଂ ସେହି ଗ୍ରାମର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା।ତେବେ ଏହାକୁ ବିରୋଧ କରୁଥିବା ଯୁବତୀଙ୍କ ପରିବାର ଲୋକ ବିଶ୍ୱଜିତକୁ ତାଙ୍କ ଘରକୁ ଡକାଇ ସେଠାରେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଆଖିରେ ଏକ ଲୁହା ରଡ଼ ଫୋଡ଼ି ଦେଇଥିବାର ଅଭିଯୋଗ ହୋଇଥିଲା।ଗୁରୁତ୍ୱର ଆହତ ଅବସ୍ଥାରେ ବିଶ୍ୱଜିତ ଏବେ ଚିକିତ୍ସାଧିନ ଅଛନ୍ତି।ତେବେ ଯୁବତୀ ଜଣଙ୍କ ପରିବାର ପକ୍ଷରୁ କହିବା ଅନୁଯାୟୀ ବିଶ୍ୱଜିତ ରାତି ଅଧରେ ତାଙ୍କ ଘରେ ପଶିଥିଲେ।ଏବଂ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ।ସେମାନେ ତାଙ୍କୁ ବାନ୍ଧି ରଖିଥିଲେ।ଏବଂ ପୁଲିସକୁ ଜଣାଇବାକୁ ଯିବା ଭିତରେ ବିଶ୍ୱଜିତ ଖସି ପଳାଇଥିଲେ।ଏହି ସମୟରେ ତାଙ୍କର କେଉଁଠି ମାଡ଼ ବାଜି ଯାଇଥାଇ ପାରେ,ଆଖିରେ କଣ ବାଜି ଯାଇଥାଇ ପାରେ।ତାଙ୍କୁ କିନ୍ତୁ ଆମେ ମାଡ଼ ମାରିନୁ ବୋଲି କହିଛନ୍ତି ଯୁବତୀଙ୍କ ପରିବାର।

ଏଣେ ଏବେ ଯୁବତୀଙ୍କୁ ବିଶ୍ୱଜିତଙ୍କ ପକ୍ଷରୁ କିଛି ଯୁବକ ବାଇକରେ ଆସି ଜୋର ଜବରଦସ୍ତ ଉଠାଇ ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର।ଏବଂ ଯୁବତୀଙ୍କ ମା’ ଏନେଇ ଜଙ୍କିଆ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୁଲିସ ତାଙ୍କ କଥା ଶୁଣିନଥିବା ସେ ଅଭିଯୋଗ କରିଛନ୍ତି।

ତେବେ ଏନେଇ ଜଙ୍କିଆ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରେ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି।ସେ କହିଛନ୍ତି ଯୁବତୀ ଜଣଙ୍କ ସ୍ୱଇଚ୍ଛାରେ ଆସିଛନ୍ତି।ସେ ଏବେ ଜଙ୍କିଆ ପୁଲିସର ତତ୍ୱାବଧାନରେ ଅଛନ୍ତି।ଯୁବତୀ ଜଣଙ୍କ ସାବାଳିକା ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ପୁଲିସ କହିଛି।ଯୁବତୀଙ୍କର ଡାକ୍ତରୀମାଇନା ପରେ ମାଜିଷ୍ଟେଟଙ୍କ ତତ୍ୱାବଧାନରେ ଯୁବତୀଙ୍କୁ ଛଡ଼ାଯିବ।ଓକିଲ ମାନଙ୍କର ଆନ୍ଦୋଳନ ଚାଲିଥିବାରୁ ପ୍ରକ୍ରିୟା ବିଳମ୍ବ ହେଉଥିବା ପୋଲିସ କହିଛି।ଏଣେ ବିଶ୍ଵଜିତଙ୍କୁ ଆକ୍ରମଣ ଅଭିଯୋଗରେ ଯୁବତୀଙ୍କ ପରିବାରର ବିଜୟ ସାମନ୍ତରାୟ,କଣ୍ଡୁରୀ ସାମନ୍ତରାୟ ଏବଂ ଯୁବତୀଙ୍କ ମା’ ଙ୍କ ସମେତ ୪ ଜଣଙ୍କ ନାମରେ ମାମଲା ରୃଜୁ ହୋଇଛି।କିନ୍ତୁ ସେମାନେ ଫେରାର ଥିବା ପୁଲିସ ସୂତ୍ରରୁ ପ୍ରକାଶ। (ପ୍ରତିକାତ୍ମକ ଫଟୋ)

https://www.facebook.com/odiapuanews/videos/232214317470362/?t=0

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.