Home କୋରାପୁଟ ପ୍ରିଜାଇଡିଂ ଓ ପୁଲିଙ୍ଗ ଅଧିକାରୀଙ୍କୁ ତାଲିମ

ପ୍ରିଜାଇଡିଂ ଓ ପୁଲିଙ୍ଗ ଅଧିକାରୀଙ୍କୁ ତାଲିମ

298

କୋରାପୁଟ ୨୩-୦୩-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ) ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ନିଯୁକ୍ତ ପ୍ରିଜାଇଡିଂ ଓ ପ୍ରଥମ ପୁଲିଙ୍ଗ ଅଧିକାରୀମାନଙ୍କ ୨ ୟ ପର୍ଯ୍ୟାୟ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ତାଲିମ ଶିବିରରେ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ୍, କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର, କୋରାପୁଟ ପୌର ନିର୍ବାହି ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ, କୋଟପାଡ ଏନଏସି ନିର୍ବାହି ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ, ଏସଏଲଏନ ମେଜିକାଲ କଲେଜ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ମଧୁମିତା ନାୟକ, ସହକାରୀ ଉପଜିଲ୍ଲାପାଳ କୁଶଳ ନାୟକ ଓ ଗୌରି ସାହୁ ପ୍ରମୁଖ ତାଲିମ ଦାତା ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଛନ୍ତି। ୩୩୭ଜଣ ପ୍ରିଜାଇଡିଂ ଓ ପ୍ରଥମ ପୁଲିଙ୍ଗ ଅଧିକାରୀ ତାଲିମ ଗ୍ରହଣ କରୁଛନ୍ତି ଓ ଏହା ୩ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.