Home କଳାହାଣ୍ଡି ପ୍ରାକ୍ତନ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ସୁଧାନିଧଙ୍କ ଘରବାହୁଡା । ଜୁନାଗଡ କଂଗ୍ରେସରେ କମ୍ପନ ।

ପ୍ରାକ୍ତନ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ସୁଧାନିଧଙ୍କ ଘରବାହୁଡା । ଜୁନାଗଡ କଂଗ୍ରେସରେ କମ୍ପନ ।

91

କଳାହାଣ୍ଡି ୧୦/୧୧/୨୦୧୮ (ଓଡିଆପୁଅ) କଳାହାଣ୍ଡି କଂଗ୍ରେସ ସେବାଦଳର ପ୍ରାକ୍ତନ କଳାହାଣ୍ଡି ଜିଲ୍ଲା ଅଧ୍ୟକ୍ଷ ସୁଧାନିଧି ନାଏକ ସଂପ୍ରତି ନିରଂଜନ ପଟ୍ଟନାୟକ ରାଜ୍ୟ ସଭାପତି ହେବା ପରେ ପୁଣିଥରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଅଶୀ ଦଶକରେ ତକ୍ରାଳୀନ କଂଗ୍ରେସ ନେତୃମଣ୍ଡଳୀ ପ୍ରତି ଆସ୍ଥା ଥାଇ କଂଗ୍ରେସ ସେବାଦଳରେ ନିଷ୍ଠାର ସହ କାର୍ଯ୍ୟ କରି କଳାହାଣ୍ଡି ଜିଲ୍ଲା ସେବାଦଳ ଅଧ୍ୟକ୍ଷ ଭାବେ ଦାୟୀତ୍ୱ ତୁଳାଇ ସୁଧାନିଧି ବାବୁ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ । ଜଣେ ତୃଣମୂଳ ସ୍ତରର ନେତା ଭାବେ ସମାଜର ତୃଣ ମୂଳ ସ୍ତରରୁ ଲୋକଙ୍କ ସୁଖ ଦୁଖର ସାଥୀ ହୋଇ ସେମାନଙ୍କ ବିଭୀନ୍ନ ସମସ୍ୟା ଗୁଡିକ ସମାଧାନ କରି ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି । ଆଜି ମଧ୍ୟ ସୁଧାନିଧି ବାବୁ ଲୋକଙ୍କ ସହ ଅଛନ୍ତି । କଂଗ୍ରେସ ଦଳର ସକ୍ରୀୟ କର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ କଳାହାଣ୍ଡି କଂଗ୍ରେସ ପ୍ରାୟତଃ ଶକ୍ତି ହୀନ ହୋଇ ସମସ୍ତ ପୁରୁଣା ନେତା ଦୂରେଇ ଯାଇଥିବା ବେଳେ କଳାହାଣ୍ଡିରେ ପୁରୁଣା କଂଗ୍ରେସ ଏକ ପ୍ରକାର ସ୍ଥାଣୂ ପାଳଟି ଯାଇ ପୁନଃ ନବକଳେବର ହୋଇଯାଇଥିବା ବେଳେ ସୁଧାନିଧି ବାବୁ ମଧ୍ୟ କଂଗ୍ରେସରୁ ଦୂରେଇ ଯାଇଥିଲେ । ଗତ ସାଧାରଣ ନିର୍ବାଚନରେ ଜୁନାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱାଧିନ ପ୍ରାର୍ଥô ଭାବେ ନିର୍ବାଚନ ମଇଦାନରେ ଓହ୍ଲାଇଥିଲେହେଁ ଦଲଭିତିକ ରାଜନୈତିକ ବଳୟ ଭିତରେ ପରାଜୟ ସ୍ୱୀକାର କରିଥିଲେ ।
ବର୍ତମାନ ରାଜ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତନ ହୋଇ ନିରଂଜନ ପଟ୍ଟନାୟକ ସଭାପତି ହେବା ପରେ ସବୁ ପୁରୁଣା କଂଗ୍ରେସ ନେତାଙ୍କ ଏକଯୁଟ କରିବାର ଯେଉଁ ପ୍ରୟାସ ଚାଲିଛି ସେହି ସ୍ରୋତରେ ସୁଧାନିଧି ସାମିଲ ହୋଇ ନିଜେ ମଧ୍ୟ କଂଗ୍ରେସରେ ସାମିଲ ହୋଇଯାଇଥିବା ଏବଂ କଂଗ୍ରେସକୁ ପୁନରୁଦ୍ଧାର କରିବାର ଯୋଉଁ ଚେଷ୍ଟା ଚାଲିଛି ସେଥିରେ ସାମିଲ ହେବା ପାଇଁ ସୁଧାନିଧି ଘର ବାହୁଡା କରିଥିବା ଜଣାପଡିଛି ।
ସୁଧାନିଧିଙ୍କ ଲୋକ ପ୍ରିୟତା ଓ ତୃଣମୂଲ ସ୍ତରର ନେତା ହୋଇଥିଭା ଯୋଗୁଁ କଂଗ୍ରେସ ନେତୃମଣ୍ଡଳୀ ମଧ୍ୟରେ କମ୍ପନ ସୃଷ୍ଟି ହୋଇଯାଇଥିବା ଜଣାପଡିଛି । ଜୁନାଗଡ ନିର୍ବାଚନ ମଣ୍ଡଳୀ ପାଇଁ ଆଗାମୀ ନିର୍ବାଚନରେ ଲଢିବା ପାଇଁ ଆଶାୟୀ ଥିବା କିଛି ଆଗଧାଡିର ନେତା ପରୋକ୍ଷରେ ସୁଧାନିଧିଙ୍କ ଘରବାହୁଡାକୁ ବିରୋଧ କରୁଥିବା ଜଣାପଡିିଛି । ସୁଧାନିଧି ଆସିଲେ ହୁଏତ ସୁଧାନିଧି ହାତୀ କଳସ ପାଇବାରେ ସଫଳ ହୋଇଯିବେ ବୋଲି ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି । ଆଗାମୀ ଦିନରେ କଂଗ୍ରେସ ଦଳ ମଜଭୁତ ହୋଇ ଲୋକଙ୍କ କାମ କରିବ ବୋଲି ଅନେକ ମତପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.