Home କୋରାପୁଟ ପ୍ରଫୁଲଙ୍କୁ ନୂଆ ଦାୟିତ୍ୱ

ପ୍ରଫୁଲଙ୍କୁ ନୂଆ ଦାୟିତ୍ୱ

545

କୋରାପୁଟ ୦୨-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) ଆସନ୍ତା ନିର୍ବାଚନ ଲଢିବା ପାଇଁ ଟିକଟରୁ ବଂଚିତ ହୋଇଥିବା ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗିଙ୍କୁ ବିଜେଡି ସୁପ୍ରିମୋ ନୂଆ ଦାୟିତ୍ୱ ଦେଇ କିଛିଟା ସାନ୍ତ୍ୱନା ଦେବାକୁ ଉଦ୍ୟମ କରିଛନ୍ତି। ସୁପ୍ରିମୋ କୋରାପୁଟ ଜିଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ପ୍ରଫୁଲଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତିରେ ସେ ଖୁସୀ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜମାଇବା ସହ କୋରାପୁଟ ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଥାଉକି, ବିଧାୟକ ପ୍ରଫୁଲ ପାଙ୍ଗିଙ୍କୁ ଚଳିତ ନିର୍ବାଚନରେ ଟିକଟ ଦିଆ ଯାଇ ନାହିଂ। ତାଙ୍କ ସ୍ଥାନରେ ନବାଗତ ପ୍ରୀତମ ପାଢିଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ କର୍ମୀ ମହଲରେ ଅସନ୍ତୋଷ ଦେଖା ଯିବା ସହ ନିଜେ ପ୍ରଫୁଲ ମଧ୍ୟ ସୁପ୍ରିମୋଙ୍କ ନିଷ୍ପତିରେ ଖୁସୀ ନଥିଲେ। ତେଣୁ ବିଜେଡି ମୁଖୀଆ ଏହି ନୂଆ ଦାୟିତ୍ୱ ପ୍ରଫୁଲଙ୍କୁ ଦେଇ ପିଠି ଥାପୁଡେଇ ଥିବା ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.