Home ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାତ୍ୟା ‘ୟଶ୍’ ପ୍ରଭାବିତ ଅଂଚଳ ପରିଦର୍ଶନ ଓ ସମୀକ୍ଷା ବୈଠକ ପରେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାତ୍ୟା ‘ୟଶ୍’ ପ୍ରଭାବିତ ଅଂଚଳ ପରିଦର୍ଶନ ଓ ସମୀକ୍ଷା ବୈଠକ ପରେ ଓଡିଶାକୁ ୫୦୦ କୋଟି ଟଙ୍କାର ଅନୁଦାନ ଘୋଷଣା ପ୍ରସଙ୍ଗରେ-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ତ୍ୱରିତ ପଦକ୍ଷେପ ପାଇଁ ରାଜ୍ୟବାସୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା : ସମୀର ମହାନ୍ତି

64

ବାତ୍ୟା ପୂର୍ବରୁ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପାଂଠିରୁ ଓଡିଶାକୁ ଚଳିତ ମାସରେ ପ୍ରଥମ କିସ୍ତିରେ ୬୪୧.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି
ପୂର୍ବରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଂଠିରେ ୧୧୯୮ କୋଟି ଟଙ୍କା ଥିଲାରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଂଠିରେ ବର୍ତମାନ ସର୍ବମୋଟ ୨୩୩୯ କୋଟି ଟଙ୍କା ଅଛି
୨୦୨୧-୨୨ ଆର୍ଥୀକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧିନରେ ଓଡିଶାର ୮, ୧୭, ୫୧୩ ଜଣ ଆର୍ଥୀକ ଦୁର୍ବଳ ଶ୍ରେଣୀର ଲାଭାର୍ଥୀଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ବାସଗୃହ ଆବଂଟନ କରାଯାଇଛି
ଦଳମତ ନିର୍ବିଶେଷରେ ରାଜ୍ୟ ସରକାର ପ୍ରକୃତ ଗରୀବ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଅନ୍ତୁ
୨୦୨୨ ମସିହା ସୁଦ୍ଧା ରାଜ୍ୟରେ ଯେପରି ଗୋଟିଏ ହେଲେ କଚ୍ଚା ଘର ରହିବ ନାହିଁ, ସେହି ଅନୁଯାୟୀ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି

ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) : ରାଜ୍ୟର ବିପଦ ସମୟରେ ପ୍ରଧାନମନ୍ତ୍ରୀ ସର୍ବଦା ରାଜ୍ୟବାସୀଙ୍କ ସହିତ ଛିଡା ହୋଇ ସୁଖ ଦୁଃଖର ସାଥୀ ହୋଇଛନ୍ତି। ବାତ୍ୟା ୟଶ୍ ଲ୍ୟାଣ୍ଡଫଲ ହେବାର ୪୮ ଘଂଟା ନପୁରୁଣୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଓଡିଶା ଆସି ବାତ୍ୟା ଓ ବନ୍ୟାଜନିତ କ୍ଷୟକ୍ଷତିର ନିରିକ୍ଷଣ କରିବା ସହ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ପଦାଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ସମୀକ୍ଷା ବୈଠକ ପରେ ପ୍ରଭାବିତ ଅଂଚଳରେ ରିଲିଫ, ପୁନରୁଦ୍ଧାର ଓ ପୁଃନିର୍ମାଣ ପାଇଁ ୫୦୦ କୋଟି ଟଙ୍କାର ଆର୍ଥକ ସହାୟତା ଘୋଷଣା କରିଛନ୍ତି। ଏଭଳି ସଂକଟ ସମୟରେ ଏହି ଅର୍ଥରାଶି ବହୁ ସହାୟକ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ତ୍ୱରିତ ପଦକ୍ଷେପ ପାଇଁ ରାଜ୍ୟବାସୀଙ୍କ ତରଫରୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

ବାତ୍ୟା ପୂର୍ବରୁ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପାଂଠିରୁ ଓଡିଶାକୁ ଚଳିତ ମାସରେ ପ୍ରଥମ କିସ୍ତିରେ ୬୪୧.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ପୂର୍ବରୁ ରାଜ୍ୟ ପାଂଠିରେ ୧୧୯୮ କୋଟି ଟଙ୍କା ଥିଲା। ତେଣୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଂଠିରେ ବର୍ତମାନ ସର୍ବମୋଟ ୨୩୩୯ କୋଟି ଟଙ୍କା ଅଛି। ଏ ସମସ୍ତ ଅର୍ଥରାଶି ସାଂପ୍ରତିକ ବାତ୍ୟା ଓ ବନ୍ୟାଜନିତ ରିଲିଫ, ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟ ପାଇଁ ବହୁ ସହାୟକ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହା ବ୍ୟତୀତ ୨୦୨୧-୨୨ ଆର୍ଥୀକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧିନରେ ଓଡିଶାର ୮, ୧୭, ୫୧୩ ଜଣ ଆର୍ଥୀକ ଦୁର୍ବଳ ଶ୍ରେଣୀର ଲାଭାର୍ଥୀଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ବାସଗୃହ ଆବଂଟନ କରାଯାଇଛି। ଦଳମତ ନିର୍ବିଶେଷରେ ରାଜ୍ୟ ସରକାର ପ୍ରକୃତ ଗରୀବ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଅନ୍ତୁ। ୨୦୨୨ ମସିହା ସୁଦ୍ଧା ରାଜ୍ୟରେ ଯେପରି ଗୋଟିଏ ହେଲେ କଚ୍ଚା ଘର ରହିବ ନାହିଁ, ସେହି ଅନୁଯାୟୀ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.