Home ଓଡ଼ିଶା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କନିଷ୍ଠ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

161

ବଲାଙ୍ଗୀର, ୨୨-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଜେଇ କନିଷ୍ଠ ଯନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଥିବା ଜଣାପଡିଛି। ଖବର ରୁ ପ୍ରକାଶ ଯେ ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୨ ନିବାସୀ ଟଂକଧରକୁମ୍ଭାର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ, ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଦୁଇ ଲକ୍ଷ ଟଙ୍କାର ବାସ ଗୃହ ପାଇଥିଲେ। ଶ୍ରୀ କୁମ୍ଭାର ତିନିଟି କିସ୍ତିରେ ଏକ ଲକ୍ଷ ୬୦ ହଜାର ଟଙ୍କା ପୂର୍ବରୁ ନେଇଥିଲେ। ବାକି ବଳକା ୪୦ ହଜାର ଟଙ୍କା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କୁ ବାରମ୍ବାର ଧାଇଁଲେ ସୁଦ୍ଧା ଉକ୍ତ ଜେଇ କୁ କହୁଥିଲେ ମଧ୍ୟ ଜେଇ ଆଗ ମୋତେ ୩ ହଜାର ଟଙ୍କା ନ ଦେଲେ ବିଲ କରିବି ନାହିଁ ବୋଲି କହିଥିଲେ। ଶ୍ରୀ କୁମ୍ଭାର ଆଜି ଉକ୍ତ ଜେ ଇ ବା କନିଷ୍ଠ କିରାଣି ଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରି ଜେଇଙ୍କୁ ଧରିଥିଲେ। ଏହି ଚଢ଼ାଉ ସମୟରେ ଭିଜିଲାନ୍ସ ଡି ଏସ ପି ଶ୍ରୀମତୀ କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଏକ ଟିମ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.